ଜାଗେଶ୍ୱରୀ ସେବା ସମବାୟ ସମିତି ପକ୍ଷରୁ ସରକାରୀ ଧାନ କ୍ରୟ ଆରମ୍ଭ
କୋଣାର୍କ- କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତରେ ଥିବା ଜାଗେଶ୍ୱରୀ ସେବା ସମବାୟ ସମିତି ପକ୍ଷରୁ ଶନିବାର ଧାନ ମଣ୍ଡି ଖୋଲା ଯାଇଛି। ଧାନ ମଣ୍ଡିରେ ସରକାରୀ ଧାନ କ୍ରୟ ଶୁଭ ଆରମ୍ଭ ହୋଇଛି। ସମିତି ସମ୍ପାଦକ କୈବଲ୍ୟ ସେନାପତିଙ୍କ ତତ୍ତ୍ଵାବଧାନରେ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ମିଲର ମାଧ୍ୟମରେ ସରକାରଙ୍କ ଦ୍ଵାରା ଧାନ କ୍ରୟ କରାଯାଉଛି। ଉଦଘାଟନ ଦିବସରେ ମିଲରଙ୍କ ମାଧ୍ୟମରେ ୧୯ ଜଣ ଚାଷୀଙ୍କ ଠାରୁ ପ୍ରାୟ ୭୦୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଚାଷୀଙ୍କୁ ଉଚିତ୍ ମୂଲ୍ୟ ସହ ସରକାରୀ ଇନପୁଟ ସହାୟତା ଯୋଗାଇ ଦିଆ ଯାଉଛି। ଏଥି ସହିତ ଚାଷୀଙ୍କ ପାଇଁ ମଣ୍ଡିରେ ସମିତି ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରାଯାଇଛି। ଆଜିର ଏହି ଧାନ ମଣ୍ଡି ଶୁଭ ଉଦଘାଟନ ଅବସରରେ ଅତିଥି ଭାବେ ସମିତି ସଭାପତି ରଶ୍ମି ରଞ୍ଜନ ସ୍ୱାଇଁ, ସନ୍ତରସ ସମିତି ସମ୍ପାଦକ ଶିଶିର କୁମାର କର, କୁଣ୍ଢେଇ ସମିତି ସମ୍ପାଦକ ଅଲେଖ ନାୟକ ସହ ସମସ୍ତ ବୋର୍ଡ଼ ମେମ୍ବର ଓ ଚାଷୀ ମାନେ ଉପସ୍ଥିତ ଥିଲେ।
