ଚନ୍ଦ୍ରଭାଗା ମାଘମେଳାରେ ସ୍ବତନ୍ତ୍ର ସିସି କ୍ୟାମେରା ବ୍ୟବସ୍ଥା ସହ ୩୩ ପ୍ଲାଟୁନ ଫୋର୍ସ ମୁତୟନ ।

ଚନ୍ଦ୍ରଭାଗା ମାଘମେଳାରେ ସ୍ବତନ୍ତ୍ର ସିସି କ୍ୟାମେରା ବ୍ୟବସ୍ଥା ସହ ୩୩ ପ୍ଲାଟୁନ ଫୋର୍ସ ମୁତୟନ ।ପବିତ୍ର ମାଘ ସପ୍ତମୀରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି । ମେଳା ପଡ଼ିଆରେ ସ୍ବତନ୍ତ୍ର ସିସି କ୍ୟାମେରା ବ୍ୟବସ୍ଥା ସହ ମୁତୟନ ହୋଇଛନ୍ତି ୩୩ ପ୍ଲାଟୁନ ଫୋର୍ସ ସହ ୬ ଜଣ ଆଡ଼ିଶିନାଲ ଏସପି , ୨୦ ଜଣ ଡିଏସପି , ୪୫ ଜଣ ଆଇଆଇସି, ୧୨୨ ଜଣ ଏଏସଆଇ , ୨୮ଜଣ ହାବିଲିଦାର , ୧୨୩

ଜଣ ଆଇପିଆର ଫୋର୍ସ ,୧୬ ଜଣ ଟ୍ରାଫିକ ପୁଲିସ , ୩୬୪ ଜଣ ହୋମଗାର୍ଡ ,୨୦ ଜଣ ଲାଇଫ ଗାର୍ଡ ଓ ଦୁଇଟି ଓଡରାଫ ଟିମ । ଶୃଙ୍ଖଳିତ ଓ ସୁରକ୍ଷିତ ଚନ୍ଦ୍ରଭାଗା ବୁଡ଼ ପରିଚାଳନା ପାଇଁ ପୁରୀ ଏସ ପି ପ୍ରତୀକ ସିଂ ଆଜି ଚନ୍ଦ୍ରଭାଗା ଠାରେ ଆୟୋଜିତ ପୁଲିସ ବ୍ରିଫିଂ ବୈଠକରେ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *