ଭବାନୀପାଟଣା ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ।
26/26:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳିତ।ଏହି ଅବସରରେ ରାଜ୍ୟସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗଣେଶରାମ ଖୁଣ୍ଟିଆ ଯୋଗଦେଇ, ପାତାକା ଉତ୍ତୋଳନ କରିଥିଲେ। ପାତାକା ଉତ୍ତୋଳନ ପରେ , ପୋଲିସ ବିଭାଗ, ଏନସିସି ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ସେବା ଓ କୃତିତ୍ୱ ହାସଲ କରିଥିବା ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ଖୁଣ୍ଡିଆ କହିଛନ୍ତି ଗଣତନ୍ତ୍ର ର ମହାନ ପୂଜ୍ୟ ଦିବସ ରେ କଳାହାଣ୍ଡି କେମିତି ବିକାଶ ଶିଖର ଛୁଇଁବ ସେଥିପାଇଁ କାମ କରିବା।ମହାନ୍ ଗଣତାନ୍ତ୍ରିକ ରାଷ୍ଟ୍ର ରେ କଳାହାଣ୍ଡି ନେତୃତ୍ୱ ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି ତେଣୁ ଏହା ଗର୍ବର ମୁହୁର୍ତ୍ତ।
