ପୌର ପ୍ରଶାସନ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ

ପୌର ପ୍ରଶାସନ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ କୁ ଆଗେଇ ନେଇଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ୟାରେଡ କରିବା ପରେ ପୁରସ୍କୃତ ସେମାନଙ୍କୁ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ସାମିଲ ହେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ ପାଢ଼ୀ ଯୋଗଦେଇ ଦେଶ ସ୍ୱାଧୀନତାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *