ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତଳ ପଞ୍ଚାୟତର କୁନ୍ତୀଦେବୀ ସରସ୍ବତୀ ଶିଶୁ ମନ୍ଦିରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ
ହିଞ୍ଜିଳିକାଟୁ ୨୬/୦୧/୨୬ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତଳ ପଞ୍ଚାୟତର କୁନ୍ତୀଦେବୀ ସରସ୍ବତୀ ଶିଶୁ ମନ୍ଦିରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ପବିତ୍ରଦିବସରେ ମୁଖ୍ୟଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ତଥା ସ୍ଵଛଭାରତ ମିଶନର ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଆଜିର ପବିତ୍ର ଦିବସ ଅବସରରେ ଶିଶୁ ମନ୍ଦିରର ଐତିହ୍ୟକୁ ଅଭିଭାଷଣରେ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଉପସ୍ଥିତ ଥିବା ଶିଶୁଙ୍କୁ ହଜାର ହଜାର ସଂଗ୍ରାମୀଙ୍କ ସଂଘର୍ଷ, କାରାବରଣ ଏବଂ ବଳିଦାନ ପରେ ୧୯୪୭ ମସିହାରେ ଭାରତ ବ୍ରିଟିଶ କବଳରୁ ସ୍ଵାଧୀନତା ପାଇଥିଲା ଏବଂ ସମ୍ବିଧାନ ପ୍ରଣୟନ ସଭାର ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ବିତର୍କ ଓ ପରିଶ୍ରମ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଶ୍ରୀ ବାବା ସାହେବ ଆମ୍ବେଦକରଙ୍କ ଦ୍ଵାରା ଆମ ଦେଶର ଲିଖିତ ସମ୍ବିଧାନ ଓ ଶାସନ ଚଲାଇବା ପାଇଁ ଖସଡ଼ା କାର୍ଯ୍ୟକାରୀ ହୋଇଥିଲା ବୋଲି ନିଜର ଅଭିଭାଷଣ ରଖିଥିଲେ ।

ଏହି ସମ୍ବିଧାନ ଦ୍ଵାରା ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ସମ୍ବିଧାନ ଆମ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ସହ ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଛି ବୋଲି ମଧ୍ୟ ଶ୍ରୀ ମହାନ୍ତି କହିଛନ୍ତି । ଆଜିର ଏହି ପବିତ୍ର ଦିବସରେ ଶିଶୁ ମାନଙ୍କୁ ବଳିଦାନ ଓ ଉତ୍ସର୍ଗ ଦେଇଥିବା ପୁର୍ବଜ ମାନଙ୍କ ପରି ଜଣେ ଜଣେ ମହାନ ବ୍ଯକ୍ତି ହେବା ପାଇଁ ସମ୍ପାଦକ ବିକାଶ ଆଚାର୍ଯ୍ୟ ତାଙ୍କ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ,ଛାତ୍ର ଛାତ୍ରୀମାନେ ଏବଂ ପରିଚାଳନା କମିଟି ମାନେ ଏକ ସମୃଦ୍ଧ ଭାରତ ଲକ୍ଷ୍ୟ କରାଯାଇଛି ନେଇ ଉପସ୍ଥିତ ଥିବା ସୁର୍ଯ୍ୟ ମହାରଣା,ରାଧାଶ୍ୟାମ ସାହୁ, ଭକ୍ତବଚ୍ଛଳ ପଟ୍ଟନାୟକ, ବିଜୟ ପ୍ରଧାନ, ପ୍ରମୋଦ ପଣ୍ଡା, ଟୁକୁନା ତ୍ରିପାଠୀ, ପୁରୁଷୋତ୍ତମ ସ୍ୱାଇଁ, କିଶୋର ମହାନ୍ତି, ଆଲୋକ ପଣ୍ଡା ମତାମତ ରଖିଛନ୍ତି ।
