ପୂର୍ବତଟ ରେଳପଥ – ୭୭ ତମ ସାଧାରଣତନ୍ତ୍ର ଦିବସ

ପୂର୍ବତଟ ରେଳପଥ – ୭୭ ତମ ସାଧାରଣତନ୍ତ୍ର ଦିବସର ପ୍ରମୁଖ ସାରାଂଶ • ପୂର୍ବତଟ ରେଳପଥ ଭୁବନେଶ୍ୱର ମୁଖ୍ୟାଳୟରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ କଲା • ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଜାତୀୟ ପତାକା ଉତ୍ତୋଳନ କଲେ• ରାଷ୍ଟ୍ର ନିର୍ମାଣରେ ପୂର୍ବତଟ ରେଳପଥର ଭୂମିକା ଏବଂ ପ୍ରମୁଖ ସଫଳତା ଉପରେ ଆଲୋକପାତ କଲେ• ଯାତ୍ରୀ ସୁରକ୍ଷା, ସୁବିଧା ଓ ରେଳ ଧାରଣ କ୍ଷମତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି• ନୂତନ ଲାଇନ, ଦୋହରୀକରଣ ଏବଂ ମଲ୍ଟି-ଟ୍ରାକିଂ ପ୍ରକଳ୍ପରେ ଅଗ୍ରଗତିମହାପ୍ରବନ୍ଧକଙ୍କ ଦ୍ୱାରା ପ୍ରମୁଖ ପ୍ରଦର୍ଶନର ସୂଚନା:• ଆର୍ଥିକ ବର୍ଷ ୨୦୨୫-୨୬ ରେ ଐତିହାସିକ ପରିଚାଳନାଗତ ପ୍ରଦର୍ଶନ• ୨୬୩ ଦିନ ମଧ୍ୟରେ (୨୭ ଦିନ ପୂର୍ବରୁ) ସବୁଠାରୁ ଦ୍ରୁତତମ 200 ନିୟୁତ ଟନ ପଣ୍ୟ ପରିବହନ • ମୋଟ ରାଜସ୍ୱ ₹୧୮,୯୨୦.୫୭ କୋଟି; ୯.୨୧% ଅଭିବୃଦ୍ଧି• ୯୧.୬୩% ରେ ପୁଂଜିଗତ ବ୍ୟୟର ବ୍ୟବହାର; ପରିଚାଳନା ଅନୁପାତ 58.20%ଖୋର୍ଧା ରୋଡ୍ -ବଲାଙ୍ଗିର ପ୍ରକଳ୍ପ:• ପ୍ରମୁଖ ସୁଡ଼ଙ୍ଗ ସଫଳତା ହାସଲ• ପୂର୍ବତଟ ରେଳପଥ ରେ T-4 ସୁଡ଼ଙ୍ଗ (4.18 କିଲୋମିଟର) ଦୀର୍ଘତମ ସୁଡ଼ଙ୍ଗସବୁଜ ଶକ୍ତି ପଦକ୍ଷେପ:• ୧୧.୪୧ MWp ସୌରଶକ୍ତି କାର୍ଯ୍ୟକ୍ଷମ•

HOG ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ₹219.25 କୋଟି ଡିଜେଲ ସଞ୍ଚୟଆର୍‌ପିଏଫ୍‌ ସମ୍ମାନ:• ପୂର୍ବତଟ ରେଳପଥର ଚାରିଜଣ ଆର୍‌ପିଏଫ୍‌ କର୍ମଚାରୀ ନିଜ-ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି।• ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାଣ୍ଡା, ଇନ୍ସପେକ୍ଟର ଓ ଶ୍ରୀ ପ୍ରକାଶ ଚରଣ ଦାସ, ଇନ୍ସପେକ୍ଟର, ପୂର୍ବତଟ ରେଳପଥ — ରାଷ୍ଟ୍ରପତି ପଦକ ପ୍ରାପ୍ତ କରିଛନ୍ତି।• ଶ୍ରୀ ପପ୍ପାଲା ଶ୍ରୀନିବାସ ରାଓ, ସବ୍‌-ଇନ୍ସପେକ୍ଟର ଓ ଶ୍ରୀ ଡି.ଭି. ମୁରଲୀ କୃଷ୍ଣ, ସହାୟକ ସବ୍‌-ଇନ୍ସପେକ୍ଟର, ପୂର୍ବତଟ ରେଳପଥ — ମେରିଟୋରିଅସ୍‌ ସର୍ଭିସ୍‌ ମେଡାଲ୍‌ରେ ସମ୍ମାନିତ ହୋଇଛନ୍ତି।ସ୍ୱତନ୍ତ୍ର ଟ୍ରେନ୍ ଏବଂ ଏଲଏଚବି କୋଚ୍ ବୃଦ୍ଧି :• ପାର୍ବଣ ଏବଂ ଋତୁକାଳୀନ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ୧,୫୨୩ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି • ୨୦୦ ମେଲ୍/ଏକ୍ସପ୍ରେସ୍ ଟ୍ରେନ ରେ ୪,୦୫୦ ଅତିରିକ୍ତ କୋଚ୍ ସଂଯୋଗ କରାଯାଇ, ଯାତ୍ରୀ ସୁବିଧା ଓ ପରିବହନ କ୍ଷମତାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *