ଆଲୁଅଝରଣ ସେବଶ୍ରମର ବାର୍ଷିକୋତ୍ସବ
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ର ଆଲୁଅଝରଣ ସ୍ଥିତ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୋଳଗୋବିନ୍ଦ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଦିନମଣି ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତାକୁ ଛାତଛାତ୍ରୀମାନେ ସଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ l ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ମିତାଶ୍ରୀ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଶାରୀରିକ କ୍ରୀଡ଼ାକୁ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ l ତହସିଲଦାର ଶୁଭଙ୍କର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସରପଞ୍ଚ ରାଧାକାନ୍ତ ନାୟକ,ଏସଏମସି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ l ସହକାରୀ ଶିକ୍ଷକ ମିହିରରଂଜନ ଧୀର ଧନ୍ୟବାଦ ଦେଇଥିଲେ l ତାରିଣୀପସୀ ଆଶ୍ରମ ଉଚ୍ଚବିଦ୍ୟାଳୟର ଶିକ୍ଷକ ନାରାୟଣ ପଣ୍ଡା ମଞ୍ଚ ପରିଚଳନା କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ସହାୟତା ପ୍ରଦାନ କରିଥିଲେ l ଏଇ ଅବସରରେ ବିଦ୍ୟାଳୟର ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯଇଥିଲା l ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହାୟତା ପ୍ରଦାନ କରିଥିଲେ l
