ଭଏସ ଅଫ ମିଡିଆ’ ଦ୍ବାରା ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଲବ୍ ହିଞ୍ଜିଳିକାଟୁ
ହିଞ୍ଜିଳି କାଟୁ ୩୦/୧/୨୬ ହିଞ୍ଜିଳି କାଟୁ ଅଞ୍ଚଳର ପ୍ରମୁଖ ସାମ୍ବାଦିକ ସଂଗଠନ ଗୋପବନ୍ଧୁ ପ୍ରେସ କ୍ଲବ୍ ଆନ୍ତର୍ଜାତୀୟ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡିଆ ସହ ଔପଚାରିକ ଭାବେ ଅନୁବନ୍ଧିତ ହୋଇଛି । ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମାଁ ତାରାତାରିଣୀ ଶକ୍ତିପୀଠରେ ଭଏସ୍ ଆଫ୍ ମିଡିଆର ସ୍ବୀକୃତିପ୍ରାପ୍ତ ପ୍ରମାଣପତ୍ର ରାଜ୍ୟ ସଭାପତି ଡଃ ପ୍ରଭାତ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଅନୁବନ୍ଧିତ ଥିବା “ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁ ” ସାମ୍ବାଦିକ ସଭ୍ଯାମାନଙ୍କୁ ପୁର୍ବାହ୍ନ ୧୨ ଘଣ୍ଟ ୩୦ ମିନଟରେ ପ୍ରଦାନ କରିଛନ୍ତି । ରାଜ୍ୟ ସଭାପତି ଡଃ ପ୍ରଭାତ କୁମାର ମିଶ୍ର ଆଜି ଆନୁଷ୍ଠାନିକ ଭାବେ ଗୋପବନ୍ଧୁ ପ୍ରେସକ୍ଳବ ସଭାପତି ରଂଜିତ କୁମାର ପୋଲାଇ , ଉପସଭାପତି ରାମକୃଷ୍ଣ ପାଣି ,ସମ୍ପାଦକ ରଘୁନାଥ ଆଚାର୍ଯ୍ୟ , ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ ,କୋଷାଧ୍ୟକ୍ଷ ଗୌରହରି ସାବତ ,ଉପଦେଷ୍ଟା ଦିଲ୍ଲୀପ କୁମାର ତ୍ରିପାଠୀ ,ସଭ୍ୟ ବାପୁନି ସେଠୀ , ରାଜେଶ କୁମାର ସାହୁ ପ୍ରମୁଖଙ୍କ ସହ ହିଞ୍ଜିଳିଶାଖାର ସମସ୍ତ ସଭ୍ୟ ଖୋର୍ଦ୍ଧା ଜିଲ୍ଲାର ସହ ସମ୍ପାଦକ କାଳନ୍ଦୀ ଚରଣ ବ୍ରହ୍ମା , ରାଜ୍ୟ କାର୍ଯ୍ୟକାରୀଣି ସମ୍ପାଦକ ଅରୁଣ କୁମାର ଗୌଡ ,ଅମିତ ମହାପାତ୍ର , ମାଧବାନନ୍ଦ ଦାଶ , ଅମିତ କୁମାର ମହାପାତ୍ର ,ଉମାକାନ୍ତ ମହାପାତ୍ର , ପ୍ରଭାତ କୁମାର ସାହୁ, କେଶବ ଚନ୍ଦ୍ର ଗୌଡ , ତ୍ରିଲୋଚନ ଦାଶ , ନିଗମ ନନ୍ଦ ପଣ୍ଡାଙ୍କ ସମତେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଭଏସ୍ ଆଫ୍ ମିଡ଼ିଆ ସଭ୍ୟଙ୍କ ଉପସ୍ଥିତରେ ଅନୁବନ୍ଧିତ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁକୁ ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି ଅନୁବନ୍ଧିତ ଦ୍ୱାରା ସ୍ଥାନୀୟ ସାମ୍ବାଦିକତାକୁ ଏକ ନୂଆ ପରିଚୟ ଓ ଜାତୀୟ–ଆନ୍ତର୍ଜାତୀୟ ସ୍ତରରେ ସଂଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି। ଏହି ଅବସରରେ ଗୋପବନ୍ଧୁ ପ୍ରେସ କ୍ଲବ୍ ର ପଦାଧିକାରୀମାନେ କହିଛନ୍ତି ଯେ, ଭଏସ ଅଫ ମିଡିଆ ସହ ଯୋଗଦାନ କରିବା ଦ୍ୱାରା ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ, ସୁରକ୍ଷା, ସାମ୍ବାଦିକ ଅଧିକାର ସୁରକ୍ଷା, ଏବଂ ଡିଜିଟାଲ ମିଡିଆରେ କାର୍ଯ୍ୟଦକ୍ଷତା ବୃଦ୍ଧି ଭଳି ଅନେକ ସୁବିଧା ମିଳିବ। ଭଏସ ଅଫ ମିଡିଆ ହେଉଛି ଏକ ଆନ୍ତର୍ଜାତୀୟ ସାମ୍ବାଦିକ ସଂସ୍ଥା, ଯାହା ସାମ୍ବାଦିକଙ୍କ ଅଧିକାର, ସ୍ୱାଧୀନ ଓ ନିଷ୍ପକ୍ଷ ସାମ୍ବାଦିକତା ପାଇଁ କାର୍ଯ୍ୟ କରିଆସୁଛି। ଏହି ସଂସ୍ଥା ସହ ଅନୁବନ୍ଧିତ ହେବା ଦ୍ୱାରା ହିଞ୍ଜିଳି କାଟୁ ଅଞ୍ଚଳର ସାମ୍ବାଦିକମାନେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ମତାମତ ଓ ସମସ୍ୟା ଉପସ୍ଥାପନ କରିପାରିବେ। ଗୋପବନ୍ଧୁ ପ୍ରେସ କ୍ଲବର ସଭ୍ୟମାନେ ଏହି ଅନୁବନ୍ଧକୁ ସ୍ୱାଗତ କରି ଆଗାମୀ ଦିନରେ ସାମ୍ବାଦିକତାର ମାନ ଉନ୍ନତ କରିବା ସହ ସମାଜ ସେବାମୂଳକ କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
