ଦେଵୀ ମା ତାରା ତାରିଣୀ ଙ୍କ ପୀଠରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କନ୍ୟା ବିବାହ ଯୋଜନା ର ଶୁଭାରମ୍ଭ
ପୁରୁଷୋତ୍ତମପୁର ୩/୨ ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ତାରା ତାରିଣୀ ଙ୍କ ପୀଠରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା କନ୍ୟା ବିବାହ ଯୋଜନା ର ଶୁଭାରମ୍ଭ ହୋଇଯାଇଛି l ଏହି ଯୋଜନାରେ ୨୦୧ ଜଣ ନୁଆଁ ଦମ୍ପତି ଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଆଶୀର୍ବାଦ ଦେଇ ସେମାନଙ୍କର ଶୁଭକାମନା କରିଛନ୍ତି l ଏହି ଯୋଜନା ରେ ଗରିବ ଝିଅମାନଙ୍କୁ ବେଶୀ ଲାଭ ମିଳିବ ବୋଲି କୁହାଯାଉଛି l ଏହି ବିବାହ ବେଦୀ ରେ ଝିଅର ବାପା ଓ ଭାଇ ହିସାବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କନ୍ୟା ଦାନ କରିଥିଲେ l ଏହି ମଙ୍ଗଳିକ କାର୍ଯ୍ୟକ୍ରମ ସମ୍ପୂର୍ଣ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କାର୍ଯ୍ୟ ସମାପନ ହୋଇଥିଲା l ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏପରି ଏକ ପୁଣ୍ୟ କାର୍ଯ୍ୟ କରି ମୁଁ ନିଜକୁ ଧନ୍ୟ ମନେ କରୁଛି l ଏହା ହେଉଛି ଏକ ନୂତନ ଜନମଙ୍ଗଳକାରୀ ଯୋଜନା l ଏହି ଯୋଜନା ଅନୁଯାୟୀ ଗରିବ, ଖଟିଖିଆ ଶ୍ରେଣୀର ଲୋକମାନଙ୍କ ଉପରେ ବିବାହର ବୋଝ କିଛିମାତ୍ରା ରେ ଆର୍ଥିକ ସମସ୍ୟା କୁ ଦୂର କରିପାରିବ l ଓ ବିଧବା ମାନଙ୍କୁ ପୁନଃ ବିବାହ କରାଇବା ସହ ଝିଅମାନଙ୍କୁ ସାମାଜିକ ସୁରକ୍ଷା ଦେବା ସହ ସେମାନଙ୍କୁ ସମାଜ ରେ ଉଚିତ ସମ୍ମାନ ମିଳିପାରିବା ହେଉଛି ଏହି ଯୋଜନା ର ମୂଳ ଲକ୍ଷ୍ୟ l

ଏହି ଯୋଜନାରେ ସରକାର ଙ୍କ ତରଫରୁ ୬୦ ହଜାର ଟଙ୍କା ସହାୟତା ମିଳିବ ଯାହାକି କନ୍ୟା ଙ୍କ ଖାତା କୁ ୪୫ ହଜାର ଟଙ୍କା ଓ କନ୍ୟାବିବାହ ଯୋଜନା କରୁଥିବା ସଂସ୍ଥା କୁ ଅବଶିଷ୍ଟ ୧୫ ହଜାର ଟଙ୍କା ଦିଆଯିବ l ଏହି କାର୍ଯ୍ୟ କ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା.ମଛ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା,ଆସିକା ଏମ. ପି ଅନିତା ପ୍ରିୟଦର୍ଶନୀ, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିହାୟକ କ. ଅନିଲ ରାଓ, ବିଧାୟକ ସରୋଜ ପାଢ଼ୀ, ଓ ଜିଲ୍ଲାପାଳ ଭି. କୀର୍ତିଭାଷନ, ଏସ.ପି. ଶୁଭେନ୍ଦୁ ପାତ୍ର,ଛତ୍ରପୁର ଉପ ଜିଲ୍ଲାପାଳ ସୁଭାଶିଷ ବରାଳ, ଏତଦ ବ୍ୟତୀତ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ବି.ଡି. ଓ.ଶରତ କୁମାର ପାତ୍ର ଓ ଏସ. ଡି. ପି. ଓ. ସୁଜିତ କୁମାର ନାୟକ ଉପସ୍ଥିତରହୀ ଥିଲେ l ସରକାରଙ୍କ ଏଭଳି ପଦକ୍ଷେପକୁ ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି l
