ପୁରୀ ପୋଲିସ ଜିଲ୍ଲା କାର୍ଯ୍ୟାଳୟ ରେ ଏକ ସମାରୋହ ଅନୁଷ୍ଠିତ

ପୁରୀ ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ, IPS ନ୍ୟାୟାଳୟରେ ସଫଳ ଅଭିଯୋଗ ପରିଚାଳନା ଓ ପୀଡିତଙ୍କ ପକ୍ଷରେ ଦୃଢ଼ ଭାବରେ ମାମଲା ପ୍ରସ୍ତୁତ କରି ଦୋଷୀଙ୍କୁ ଦଣ୍ଡିତ କରାଇବାରେ ଯେଉଁ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କୁ ସମ୍ମାନିତ କରିଥିଲେ ।ଏହି ମାମଲାରେ ପାଞ୍ଚ (୫) ଜଣ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର (Additional Public Prosecutor), ଡିଏସପି ଶ୍ରୀମତୀ ତିଲୋତ୍ତମା ରାଉତଙ୍କ ସମନ୍ୱିତ ପ୍ରୟାସ ଫଳରେ ନ୍ୟାୟାଳୟରେ ଦୃଢ଼ ପ୍ରମାଣ, ଆବଶ୍ୟକ ଦଳିଲପତ୍ର ଓ ସାକ୍ଷ୍ୟ ସଠିକ୍ ଭାବରେ ଉପସ୍ଥାପନ କରାଯାଇଥିଲା ।

ଏହାର ଫଳସ୍ୱରୂପ ପୀଡିତଙ୍କୁ ନ୍ୟାୟ ମିଳିଥିବା ସହ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏସ୍ପି ପୁରୀ ଶ୍ରୀ ସିଂ ସମ୍ମାନିତ ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ତାଙ୍କର ବୃତ୍ତିଗତ ଦକ୍ଷତା, ଦୃଢ଼ ଆଇନ ଜ୍ଞାନ ଓ ଟିମ୍‌ୱର୍କର ସ୍ୱୀକୃତି ଜଣାଇଥିଲେ । ସେ କହିଥିଲେ ଯେ, ଗୁଣତ୍ତମକ ତଦନ୍ତ, ସଠିକ୍ ଡକ୍ୟୁମେଣ୍ଟେସନ୍‌ ଓ ପ୍ରୋସିକ୍ୟୁସନ୍‌ ସହ ସମନ୍ୱୟ ହେଉଛି ଦଣ୍ଡନୀତିର ସଫଳତାର ମୂଳ ଚାବି । ପୁରୀ ପୋଲିସ ସଦା ପୀଡିତମାନଙ୍କୁ ନ୍ୟାୟ ଦେବା ଓ ଦୋଷୀଙ୍କୁ ଆଇନ ଅନୁସାରେ କଠୋର ଶାସ୍ତି ଦେବାରେ ପ୍ରତିବଦ୍ଧ । ଏହି ସଫଳତା ପୁରୀ ପୋଲିସର ପେଶାଦାରିତା, ଦୃଢ଼ ସଙ୍କଳ୍ପ ଓ ନ୍ୟାୟ ପ୍ରତି ପ୍ରତିଶ୍ରୁତିକୁ ପୁନଃ ସ୍ଥାପିତ କରିଛି । ଆଗାମୀ ଦିନରେ ମଧ୍ୟ ଏପରି ସମନ୍ୱିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସକୁ ଅବିକଳ ରଖିବା ପାଇଁ ପୁରୀ ପୋଲିସ କାର୍ଯ୍ୟରତ ରହିବ ।

Leave a Reply

Your email address will not be published. Required fields are marked *