ଇ-ମେଲ୍ ଜରିଆରେ ପୁରୀ କୋର୍ଟକୁ ବୋମା ଧମକ

ପୁଣିଥରେ ପୁରୀ କୋର୍ଟକୁ ବୋମା ଧମକ। ଇ-ମେଲ୍ ଜରିଆରେ ପୁରୀ କୋର୍ଟକୁ ବୋମା ଧମକ ଆସିଥିବା ବେଳେ ପୁରୀ ପୋଲିସ ଘଟଣାର ତଦନ୍ତ କରିଛି । ସିଟି ଡିଏସପିଙ୍କ ତତ୍ତ୍ବାବଧାନରେ ସମୁଦ୍ରକୂଳ ଥାନା ଓ ସାଇବର ଥାନା ପୋଲିସ ସହିତ ବମ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ବାର୍ଡ ମଧ୍ୟ କୋର୍ଟ ପରିସର ଓ ସମସ୍ତ ସ୍ଥାନକୁ ତନତନ କରି ଯାଞ୍ଚ କରିଥିଲେ। ବୋମା ଧମକ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।‌ ତେବେ କୋର୍ଟ ପରିସର ଯାଞ୍ଚ ସରିବା ପରେ ସ୍ବଭାବିକ ହୋଇଛି କୋର୍ଟ କାର୍ଯ୍ୟ। ସାଇବର ଥାନା ଘଟଣାର ତଦନ୍ତ କରୁଥିବା ବେଳେ କିଏ ଏବଂ କେଉଁଠାରୁ ଏହି ମେଲ୍ ଆସିଛି ତା’ର ତଦନ୍ତ କରାଯାଉଛି। ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପୋଲିସ ସୂଚନା ଦେଇଛି ।‌

Leave a Reply

Your email address will not be published. Required fields are marked *