ନିମାପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ

କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ l ନିମାପଡ଼ା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖେଲାର ହରିଶପୁର କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବରିଷ୍ଠ କଂଗ୍ରେସ ନେତା ମଙ୍ଗି ଖାନ ଅଧ୍ୟକ୍ଷତା କରି ଏହି ସମାରୋହର ଉଦେଶ୍ୟ ଲକ୍ଷ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅଥିତି ଭାବରେ ଦଳର ବରିଷ୍ଠ ନେତା ସିଦ୍ଧାର୍ଥ ରାଉତରାୟ ଯୋଗ ଦେଇ ରାଜ୍ୟରେ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ଦଳ ଏକାଠି ହୋଇ ଦକ୍ଷତାର ପରିଚୟ ଦେବା ସହ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ କଂଗ୍ରେସ କର୍ମୀ ତଥା ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଜେନା, ରେଣୁବାଳା ମାଝୀ, ବଂଶୀଧର ଖଟୋଇ, ଇଜାଜ ଖାନ, ଅକ୍ଷୟ ବିଶ୍ୱାଳ, ରବୀନ୍ଦ୍ର ପଣ୍ଡା, ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇ ନିମାପଡ଼ାରେ ଜଣେ ସ୍ଥାୟୀ ନେତୃତ୍ୱ ଆବଶ୍ୟକ ବୋଲି ମତ ପ୍ରକାଶ କରି ଅତିଥିଙ୍କ ନିକଟରେ ଦାବୀ କରିଥିଲେ। ଅବଦୁଲ ଖାଲିଫ ଖାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *