ତ୍ରିଶକ୍ତି
ତ୍ରିଶକ୍ତି
(ପ୍ରକୃତି ବନ୍ଧୁ -ହରିହର ସାହୁ, ଢେଙ୍କାନାଳ)
ଇଛା, ଜ୍ଞାନ , କ୍ରିୟା ତିନୋଟି ଶକ୍ତି କୁ କରଯିଏ ନିୟନ୍ତ୍ରଣ
ଜ୍ଞାନୀ ଜନ ବୋଲି ପରିଚିତ ହୁଏ
ଏତ ବିଧିର ବିଧାନ
କରେ ଯିଏ ନିୟନ୍ତ୍ରଣ।।
ଇଛା ଥିଲେ ମଧ୍ୟ ଅଳସୁଆ ପଣ
ଛାଡଇ ଯେଉଁ ମଣିଷ
ରୋଗ ତାହାଠାରେ ଗ୍ରାସ କରେନାହିଁ
ବଢଇ ତା’ର ଆୟୁଷ
ଛାଡଇ ଯେଉଁ ମଣିଷ।।
ମଧୁମେହ ରୋଗୀ ଇଛା ଥିଲେ ମଧ୍ୟ
ମିଠା କୁ ଯିଏ ଛାଡ଼ଇ
ମୂଳ ପରିବା କୁ ଛାଡିଣ ସେଜନ
ଡାଳ ପରିବା ଖାଅଇ
ରୋଗ ତାର ହିଁ ହଟଇ।।
ଜ୍ଞାନ ଥିଲେ ମଧ୍ୟ କ୍ରୋଧ କୁ ଯେ ଜନ
ଆୟତ କରିନପାରେ
ସଂସାର ମଧ୍ୟରେ ଦୁଃଖ ପାଏ ସିଏ
ହିତାହିତ ଜ୍ଞାନ ହରେ
ଆୟତ କରି ନ ପାରେ।।
ପାଠ ପଢ଼ିଲେ ତ ଜ୍ଞାନ ବଢ଼ିଥାଏ
ପ୍ରସାର କରିଲେ ଭଲ
ଜ୍ଞାନୀ ଜନ ମାନେ ପୂଜା ପାଉଥାନ୍ତି
ହୁଅନ୍ତିନି କଲବଲ
ପ୍ରସାର କରିଲେ ଭଲ।।
ଜ୍ଞାନ କୁ ଯେ ଜନ ଭଲରେ ଲଗାଏ
ପୂଜା ପାଏ ସବୁଠାରେ
ସଂସାର ର ସିଏ ମଙ୍ଗଳକାରୀ ଯେ
ଶିବ ଶଙ୍କର ଭାବରେ
ପୂଜା ପାଏ ସବୁଠାରେ।।
ପ୍ରତିଶୋଧ କଥା ମନରେ ନରଖ
ବିଶ୍ଵ ର ମଙ୍ଗଳ ପାଇଁ
କ୍ରିୟା ପ୍ରତି କ୍ରିୟା କରନ୍ତି ଯେ ଜନ
ପୃଥିବୀରେ ଦୁଃଖ ପାଇ
ବିଶ୍ଵ ର ମଙ୍ଗଳ ପାଇଁ।।
ସବୁ କଥା ଶୁଣି ନିଜ ଭୁଲ ଯିଏ
ଭାବଇ ଧରା ପୃଷ୍ଠରେ
ଦୁଃଖ ନ ଦିଅଇ ଅନ୍ୟକୁ ସେ କେବେ
ହୃଦୟ ମନ୍ଦିର ଘରେ
ଭାବଇ ଧରା ପୃଷ୍ଠରେ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ)
