ଗଣିତ ବିଭାଗ ର ବାର୍ଷିକ ଉତ୍ସବ
ଆନନ୍ଦପୁର ମହାବିଦ୍ୟାଳୟ ରେ ଗଣିତ ବିଭାଗ ର ବାର୍ଷିକ ଉତ୍ସବ
ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ଗଣିତ ବିଭାଗ ର ମୁଖ୍ୟ ଡକ୍ଟର ମିତା ଶ୍ରୀ ବେହେରା ଙ୍କ ସଭପ ତିତ୍ୟ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଗଣିତ ବିଭାଗ ର ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେ
ଛାତ୍ରୀ ଆଲିସା ଜେନା ଓ ତ ନିଶା ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରୀମନ୍ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ
ସର୍ବ ପ୍ରଥମେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ
ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ, ଅଧ୍ୟାପିକା ଭାରତୀ ସାହୁ,ପ୍ରଫୁଲ୍ଲ କୁମାର ପଣ୍ଡା,ମୁଖ୍ୟ ବକ୍ତା ଭାବେ ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ଯୋଗ ଦେଇ ଦୈନଦିନ ଜୀବନ ରେ ଗଣିତ ର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ
ସତ୍ୟ ବ୍ରତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ
କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ
ଡକ୍ଟର ମିତାଶ୍ରି ବେହେରା ଙ୍କୁ ମୁଖ୍ୟ ଅତିଥି ଡକ୍ଟରେଟ ଡିଗ୍ରୀ ହାସଲ କରି ଥି ବାରୁପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ
ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ କ୍ରମ ପରିବେଷଣ କରାଯାଇଥିଲା
