ଶ୍ରମିକ ସଚେତନତା କର୍ମଶାଳା ଅନୁଷ୍ଠିତ
ଶ୍ରମିକ ସଚେତନତା କର୍ମଶାଳା ଅନୁଷ୍ଠିତ
ଓଡ଼ଗାଁ – ତା ୧୧-୩-୨୬ ଆଜି ନୟାଗଡ଼ ଜିଲ୍ଲା ଲଡୁବ।ବା ପୀଠ ଶରଣକୁଳ ଦେବୋତ୍ତର କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରମିକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶ୍ରମିକ ସଂଗଠନର ସମ୍ପାଦକ ଶୁନ୍ୟଜୟୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଡେପୁଟି କଲେକ୍ଟର ତପତି ରାଜ,ଜିଲ୍ଲା ଲେବର କମିଶନର ତେଜକୁମାର ବାଗେ,ସି ଏସ ଓ ସି. ଏଚ୍ ମୁରାଲିକୃଷ୍ନ ରାଓ ଓ ବରିଷ୍ଠ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ପ୍ରଭୁତି ଯୋଗ ଦେଇ ଶ୍ରମିକର ଅଧିକାର ଓ ଶୋଷଣର ନିରାକରଣ ସମ୍ପର୍କରେ ସ୍ଵ ସ୍ୱ ମତାମତ ପ୍ରଦାନ କରିଥିଲେ ।ଶ୍ରମିକର ନ୍ୟାର୍ଯ୍ୟ ଅଧିକାର, ଶ୍ରମ ନିୟମର ଥିବା ଶ୍ରମିକ ଉନ୍ନତିର ବିଭିନ୍ନ ସାହାଯ୍ୟ ଓ କାର୍ଯ୍ୟକ୍ରମ, ଶ୍ରମିକ ମାନକୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗକୁ କିପରି କାର୍ଯ୍ୟକାରିତା କରାଯିବ ଇତ୍ୟାଦି ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା ।ଏହି କର୍ମଶାଳାରେ ଶରଣକୁଳ ଅଞ୍ଚଳର କର୍ମଜୀବୀ ଶତାଧିକ ମହିଳା ଶ୍ରମିକ ଓ ପୁରୁଷ ଶ୍ରମିକ ମାନେ ଉପସ୍ଥିତ ରହି ନିଜ ନିଜର ଅଭାବ ଅସୁବିଧା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା ।ଶ୍ରମିକ କାର୍ଡ ପାଇଁ ଆବେଦନ କରିଥିବା କିଛି ଶ୍ରମିକଙ୍କୁ କାର୍ଡ ମିଳିଥିବା ବେଳେ ଅନେକଙ୍କୁ ନ ମିଳିବା ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । କ୍ରମ।ନୁସ।ରେ ଆବେଦନ କରିଥିବା ସମସ୍ତ ଶ୍ରମିକଙ୍କୁ ପ୍ରଜାୟକ୍ରମେ କାର୍ଡ ମିଳିବ ବୋଲି ଉପସ୍ଥିତ ଅଧିକାରୀ ମାନେ କହିଥିଲେ ।ସର୍ବଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ପୁରୁଷ ମହିଳା ଶ୍ରମିକ ମାନକୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।
