ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜେନେରେଟର ପ୍ରଦାନ
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜେନେରେଟର ପ୍ରଦାନ
ରାୟଗଡା ତା ୧୧-୩-୨୦୨୬ ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ ତରଫରୁ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ଵ କାର୍ଯ୍ୟକ୍ରମ ମାଧ୍ୟମରେ ଶକ୍ତି ଅନୁଷ୍ଠାନ, ରାୟଗଡା ଦ୍ଵାରା ପରିଚାଳିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହକୁ ୧୫ କେଭିଏ ଶକ୍ତି ସମ୍ପର୍ଣ୍ଣ ଶବ୍ଦ ବିହୀନ ଏକ ଜେନେରେଟର ପ୍ରଦାନ କରିବା ସହିତ ଅନ୍ତେବାସୀମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସହିତ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ରହ୍ମପୁର ଜୋନ୍ ର ଡେପୁଟି ଜେନେରାଲ ମେନେଜର ଶ୍ରୀ ଆଲୋକ କୁମାର ସିହ୍ନାଙ୍କ କରକମଳରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିବା ବେଳେ ରାୟଗଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପରିଚାଳକ ଶ୍ରୀ ଉତ୍ତର କୁମାର ପଟେଲଙ୍କ ସହିତ ଶ୍ରୀ ସଂସାର ଧଳ, ମେନେଜର (ଡ଼ି.ଭି.ଏ.ଏସ), ଶ୍ରୀ ଶିବବ୍ରତ ମହାଳିକ (ସି.ଏମ), ଶ୍ରୀ ସୂର୍ଯ୍ୟକାନ୍ତ ରଣସିଂହ, ଶ୍ରୀ ରାଜେଶ କୁମାର ପାଣିଗ୍ରାହୀଙ୍କ ସମେତ ଆଞ୍ଚଳିକ କାର୍ଯ୍ୟାଳୟର ଅନ୍ୟ ପଦାଧିକାରୀ ଓ ଶକ୍ତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଏହି ବଦାନ୍ୟ କାର୍ଯ୍ୟ ପାଇଁ ଶକ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଛନ୍ତି ।
