ବିଦ୍ୟା ଦାୟିନୀ ଶାରଳା

ବିଦ୍ୟା ଦାୟିନୀ ଶାରଳା
(ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)
ବିଦ୍ୟା ଦାୟିନୀ ଶାରଳା ଘେନ କୋଟି ଜୁହାର
ପୂଜା ପାଉଅଛୁ ମାଆ ଲୋ
ଘେନ ବିନତୀ ମୋର।।
କଣ୍ଠ ରେ ରହି ମାଆ ଶାରଳା କହୁ ଶବ୍ଦ ଭଣ୍ଡାର
କାବ୍ୟ କବିତା ପାଇଁ ଯେ
ଦେଉ ତୁ ଉପହାର।।
ତୋହରି ଦୟାରୁ ମାଆ ଲୋ
ଲେଖୁଅଛି କବିତା
ଆଶୁ କବି ରୂପେ ଲେଖଇ
ମୁଁହି କାବ୍ୟ କବିତା।।
କାଳିଦାସ ତୋର କୃପା ରୁ
ବିଶ୍ବ ପ୍ରସିଦ୍ଧ କବି
ସମସ୍ତେ ଜାଣନ୍ତି ତାଙ୍କୁଯେ
କାବ୍ୟେ ଅନେକ ଛବି।।
ମୋତେ କୃପା କର ମାଆ ଲୋ
ମୋର ଲେଖିବା ପାଇଁ
କାବ୍ୟ ମାନ ମୋତେ କହିଦେ
ମୋର କଣ୍ଠ ରେ ଥାଇ।।
ତୋହରି ଆଶିଷ ପାଇଣ ମୁଁହି
ଲେଖେ କବିତା
ଆଶୁ କବି ଭାବେ ଜାଣନ୍ତି
ତୁହି ମୋର ଦେବତା।।
କିଏ ଡାକେ ତୋତେ ଭାରତୀ
ଭଗବତୀ ନାମରେ
ବିଦ୍ଯା ଦାୟିନୀ ମା ଶାରଳା
ରହ କଣ୍ଠ ମଧ୍ୟରେ।।
ଦିଅନ୍ତୁ ମାଆ ଲୋ ଆଶିଷ
ମୋର ମୁଣ୍ଡ ଉପରେ
ହୃଦୟ ମୋହର ରହୁଛି ସଦା
ତୋର ପଦରେ।।
କଳାକାର ତୋତେ ସ୍ମରନ୍ତି
ଦେଇ ହୃଦୟେ ସ୍ଥାନ
ରଖୁଛୁ ମାଆ ଲୋ ତୁହି ଯେ
ତାଙ୍କ ଗାରିମା ମାନ।।
ଝଙ୍କଡ଼ ବାସିନୀ ତୁହିଲୋ
ମୋର ମାଆ ଶାରଳା
ପୃଥିବୀ‌ପୃଷ୍ଠ ‌ରେ ଲଗାଉ
ମାଆ ଅନେକ ଲୀଳା।।
ହରିହର ତୋର ନିକଟେ
ଭିକ୍ଷା କରେ‌ ଆଶିଷ
ହୃଦୟ ମଧ୍ୟରୁ ଦିଅ ମାଆ
ମୋତେ ଯେ ଶୁଭାଶିଷ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *