ଅବିନାଶୀ ଆତ୍ମା
ଅବିନାଶୀ ଆତ୍ମା
ହରିହର ସାହୁ, ଢେଙ୍କାନାଳ –
ମଣିଷ ଜୀବନ ନୁହଁଇ କେବଳ ମୋକ୍ଷ ଲଭିବା ର ନାହିଁ
କର୍ମ କରି ଫଳ ଆଶା କରେ ଯିଏ
ବିଭୁ ଦିଅନ୍ତି ବଢାଇ
ମୋକ୍ଷ ଲଭିବା ର ନାହିଁ।
ପରମାତ୍ମାଙ୍କ ନିର୍ଦ୍ଦେଶ ରେ ଆତ୍ମା
ପହଞ୍ଚେ ତାଙ୍କ ନିକଟେ
ଅପେକ୍ଷା କରଇ ବିଭୁ କୃପା କେତେ
ସାଇତି ରଖିଛି ବାଟେ
ପହଞ୍ଚେ ତାଙ୍କ ନିକଟେ।
ଭଲ କାମ କରି ମୋହ ମାୟା ଛାଡି
ସମାଜ ସେବା ରେ ଯିଏ
ଆତ୍ମା ତାର କଷ୍ଟ ନ ପାଏ ମହୀରେ
ପ୍ରକୃତ ମଣିଷ ସିଏ
ସମାଜ ସେବା ରେ ଯିଏ।
ଆତ୍ମା କୁ ଚିହ୍ନିଛି ଭଲ ଭାବେ ଯିଏ
କାହାକୁ ନ ଦିଏ କଷ୍ଟ
ପରକୁ ଭାବିଣ ଆପଣାର ବୋଲି
ଲଭିଣ ସିଏ ସନ୍ତୁଷ୍ଟ
କାହାକୁ ନ ଦିଏ କଷ୍ଟ।
ଆତ୍ମା ରହିଥାଏ ପରମାତ୍ମାଙ୍କ ପାଖେ
ନିର୍ଦ୍ଦେଶରେ ଲଭେ ଘଟ
ଭଲ କର୍ମ କରି ଯାଇଥାଏ ଯିଏ
ପ୍ରଭୁ ଥାଆନ୍ତି ସନ୍ତୁଷ୍ଟ
ନିର୍ଦ୍ଦେଶରେ ଲଭେ ଘଟ।
ଆତ୍ମା ପରମାତ୍ମା ବିଷୟରେ ଯିଏ
ଜାଣିଥାଏ କିଛି କିଛି
ସଞ୍ଜମତା ଭାବ ଥାଏ ଯାହାଠାରେ
କଥା କହେ ଭାବି ପୋଛି
ଜାଣିଥାଏ କିଛି କିଛି।
ମଣିଷ ଅଟଇ ବୁଦ୍ଧିମାନ ଜୀବ
ଥାଏ ତାହାର ବିବେକ
ମାପି ମାପି ବାଟ ଚାଲିଥାଏ ସିଏ
ରଖୁଥାଏ ନିଜ ଟେକ
ଥାଏ ତେବେ ବିବେକ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ,
