ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ-, ୧୮୩୪ ଟି ମାମଲା ଫଇସଲା
ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ-, ୧୮୩୪ ଟି ମାମଲା ଫଇସଲା
କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ଆଇନ ସେବା ପ୍ରାକରଣ ସଚିବ ସ୍ନିଗ୍ଧା ପଣ୍ଡାଜ୍ଞ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୮୩୪ ଟି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୪, ୨.୫୪,୨୬୯.୨୯/- ଜ୍ଞା ପ୍ରଦାନ କରାଯାଇଥିଲା । ତନ୍ମଧ୍ୟରୁ ୨୬ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୨.୩୮,୫୫,୦୦୦/- ଜ୍ଞା ପ୍ରଦାନ କରାଯାଇଥିଲା। ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା ୦୮ ଗୋଟି ଫଇସଲା କରାଜାଇଥିଲା । ଦେବାନି ମକଦ୍ଦମା ୨୮ଟି ଫଇସଲା କରାଜାଇ ଟ.୭,୪୩,୫୦୪/- ଜ୍ଞା ଆଦାୟ କରାଯାଇଥିଲା । ବିଚାର ଯୋଗ୍ୟ ୧୯୧ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ଟ.୧୧,୧୫୦/-ଜ୍ଞା ଆଦାୟ କରାଯାଇଥିଲା । ଏହାସହ ଏନ୍ଆଇ ଆକ୍ଟ, ମାମଲା(୧୩୮) ୧୫ଟି ଫଇସଲା କରାଯାଇ ଟ.୬୫, ୧୧,୫୬୭/-ଙ୍କା ଆଦାୟ କରାଯାଇଥିଲା । ରାଜସ୍ବ ମକଦ୍ଦମା ୧୧୧୯ ଟି ଫଇସଲା କରାଯାଇ ଟ.୨.୧.୭୩୪/- ଆଦାୟ କାରାଯାଇଥିଲା । ୪୪୬ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୧,୦୯,୨୨,୩୧୪.୨୯/-ଜ୍ଞା ଆଦାୟ କରାଯାଇଥିଲା । ଏବଂ ଖାଉଟି ଅଦାଲତରେ ଗୋଟିଏ ମକଦ୍ଦମା ଫଇସଲା କରାଯାଇଥିଲା
ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାକାରୀ ଅନୁପ ରଞନ ପଟ୍ଟନାୟକ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ବରିଷ୍ଠ ଦେବାନୀ ଜଜ୍ ସୁଦିପ୍ତା ଦେହୁରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ନିଗ୍ଧା ପଣ୍ଡା ଓ ଅନ୍ୟାନ୍ୟ ମାଜିଷ୍ଟେଟ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଉକ୍ତ ଲୋକ ଅଦାଲତରେ ଆଡକ ଅତିରିକ୍ତ ଜିଲ୍ଲା ଜଜ୍(FTSC) ଓ ରେଜିଷ୍ଟ୍ରାର ସିଭିଲ କୋର୍ଟ ପ୍ରମୁଖ ଉପସ୍ଥିତ ଥିଲେ ।
