ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଙ୍କ ଦ୍ଵିତୀୟ ପାଳି

ପୁରୁଷୋତ୍ତମପୁର ୧୩/୩ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଙ୍କ ଦ୍ଵିତୀୟ ପାଳି ଆସନ୍ତା ୧୭ତାରିଖ ରେ ପଡୁଛି ଠିକ ସେହି ଦିନ ପୁରୁଷୋତ୍ତମପୁର ବ୍ଲକ ର ପ୍ରତାପ ପୁର ତୁମ୍ବେଶ୍ୱର ପୀଠରେ ଥିବା ଋଷୁକୂଲ୍ୟା ନଦୀରେ ପବିତ୍ର ବାରୁଣୀ ସ୍ନାନ ବି ପଡୁଛି ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ଲକ ସଭାଗୃହ ଠାରେ ଗଞ୍ଜାମ ଉପ ଜିଲ୍ଲାପାଳ ସୁଭାଶିଷ ବରାଳ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉପଜିଲ୍ଲାପାଳ ଙ୍କ ବ୍ୟତୀତ ପୁରୁଷୋତ୍ତମପୁର ତହସିଲଦାରତଥା ତୁମ୍ବେଶ୍ୱର ମନ୍ଦିର ସଭାପତି ବିନୋଦ କୁମାର ବେହେରା,ସ୍ଥାନୀୟ ବି ଡି ଓ ଶରତ କୁମାର ପାତ୍ର, ଏସ ଡି ପି ଓ ସୁଜିତ କୁମାର ନାୟକ, ଏ ବି ଡି ଓ ଜୟଶ୍ରୀ ନାୟକ, ଏନ ଏ ସି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଓ ବ୍ଲକ ର ଅନ୍ୟ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l ଗଞ୍ଜାମ ଜିଲ୍ଲା ର ପରୁଷୋତ୍ତମପୁର ଅଂଚଳର ଦୁଇଟି ଐତିହ୍ୟ ସ୍ଥାନରେ ଏକ ସାଙ୍ଗରେ ପର୍ବ ପଡୁଥିବାରୁ ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତ ରହିବା ପାଈଁ ପ୍ରଶାସନ ସଜାଗ ହେଉଥିଲା ବେଳେ ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ଗତ କିଛି ଦିନ ତଳେ ପ୍ରଥମ ପାଳି ପୂର୍ବ ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ତାରାତାରିଣୀ ଙ୍କ ଠାରେ ସମସ୍ତ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିଥିଲେ ସେଠାରେ ମନ୍ତ୍ରୀ ସମସ୍ତ ବିଭାଗକୁ କଡା ନିର୍ଦେଶ ଦେଇ କହିଥିଲେ ଯେ ମା ଙ୍କ କାର୍ଯ୍ୟ ରେ ଯେମିତି କିଏ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ସମସ୍ତ ବିଭାଗ ସଜାଗ ରହିବାକୁ ନିର୍ଦେଶ ଦେଇଥିଲେ l ଏହିକ୍ରମରେ ଆର ଡି ବିଭାଗ କୁ ବି ମନ୍ତ୍ରୀ କଡା ନିର୍ଦେଶ ଦେଇ କହିଥିଲେ ଯେ ଅଛୁଲୀ ଠାରୁ ମାଆଙ୍କ ପୀଠ ପର୍ଯ୍ୟନ୍ତ ଯେଉଁ ରାସ୍ତା ଟି ଯାଇଛି ତାହାକୁ ଶୀଘ୍ର ମରାମତି କରିବାକୁ ଯେପରି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଯିବା ଆସିବା କରିବାରେ ସୁବିଧା ହେବ l କିନ୍ତୁ ଆର ଡି ବିଭାଗ ତରଫରୁ ଏଠି ସେହି ରାସ୍ତାଟିରେ ଡଷ୍ଟ ଗୁଣ୍ଡ ବିଞ୍ଚି ଚୁପ ରହିଯାଇଛନ୍ତି ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା l ଓ ତୁରନ୍ତ ମରାମତି କରିବା ପାଇଁ ଉପଜିଲ୍ଲାପାଳ ଆର ଡି ବିଭାଗ କୁ ତାଗିଦ ବି କରିଛନ୍ତି l ଏହି ବୈଠକରେ ବିଭିନ୍ନ ସ୍ଵେଛାସେବୀ ସଂଗଠନ ବି ଯୋଗ ଦେଇଥିଲେ l ସେଥିମଧ୍ୟରୁ ରନ ସୋସିଆଲ ଅର୍ଗ ନାଇ ଯେସନ, ତୁମ୍ବେଶ୍ୱର ଯୁବକ ସଙ୍ଘ, ଓ ବିଶିଷ୍ଟ ସ୍ଵେଛାସେବି ନାରାୟଣ ମହାପାତ୍ର ତାଙ୍କ ମତ ପୋଷଣ କରିଥିଲେ l

Leave a Reply

Your email address will not be published. Required fields are marked *