ଅତୁଟ ସମ୍ପର୍କ

ଅତୁଟ ସମ୍ପର୍କ (ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)ମଣିଷ ସମସ୍ତ ଜୀବ ଜଗତ ରେ ଉନ୍ନତ ସାମାଜିକ ପ୍ରାଣୀ।ସମାଜ ସହିତ ଓତ ପ୍ରୋତ ଭାବେ ଜଡ଼ିତ।ସମ୍ପର୍କ ମଣିଷ ର ସହଜାତ ଗୁଣ। ପରିବାର ବର୍ଗଙ୍କୁ ଭଲ ସମ୍ପର୍କ ରେ ବାନ୍ଧି ରଖିବା ଭବିଷ୍ୟତ ପାଇଁ ମଙ୍ଗଳମୟ ହେବ।ଲୋଭ ମୋହ ମାୟାରେ ମଣିଷ ବଶୀଭୂତ ହୋଇ ସମ୍ପର୍କରେ ପୂର୍ଣ୍ଣଛେଦ ପକାଏ।ଧନ ସମ୍ପର୍କ କୁ ବିପଥଗାମୀ କରାଏ।ବାପା ପୁଅ ର ସମ୍ପର୍କ, ମାଆ ଝିଅଙ୍କର ସମ୍ପର୍କ, ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଏକ ସାଶ୍ବତ ସମ୍ପର୍କ।ଶଳା ଭିଣୋଇ ର‌ ସମ୍ପର୍କ ମଧୁର ସମ୍ପର୍କ।ସମ୍ପର୍କ ଭଲ ରହିଲେ ସ୍ନେହ ଶ୍ରଦ୍ଧା ବଢିଯାଏ।ଧନ ଧାର ଉଧାର ସମ୍ପର୍କ କୁ ନଷ୍ଟ କରେ।ଯଦି ସମ୍ପର୍କ ଅତୁଟ ରହେ ମଣିଷ ବିପଦ ଆପଦ ରେ ସହଯୋଗ ପାଇଥାଏ।ମୋ ମତରେ ବନ୍ଧୁତା ଅତୁଟ ସମ୍ପର୍କ ରେ ବଢିଯାଏ।

Leave a Reply

Your email address will not be published. Required fields are marked *