ଜିଲ୍ଲା ସ୍ତରୀୟ ବିଶ୍ଵ ଖାଉଟି ଅଧିକାରୀ ୨୦୨୬ପାଳିତ
ଜିଲ୍ଲା ସ୍ତରୀୟ ବିଶ୍ଵ ଖାଉଟି ଅଧିକାରୀ ୨୦୨୬ପାଳିତ
ତା -୧୫/୦୩/୨୦୨୬ ରିଖ ପୁରୀ ଜିଲ୍ଲା ପ୍ରଶାସନ ,ଜିଲ୍ଲା ଓଜନ ଓ ମାପ ବିଭାଗ ଆନୁକୁଲ୍ୟରେ ବିଶ୍ଵ ଖାଉଟି ଅଧିକାର ଦିବସ ୨୦୨୬ ପୁରୀ ଜିଲ୍ଲା ପ୍ରଦକ୍ଷିଣ ଗୃହରେ ପାଳିତ ହୋଇଯାଇ ଅଛି । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲା ଉପଭୋକ୍ତା ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୀଳ ମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଖାଉଟି ସୁରକ୍ଷା ଆଇନ ୨୦୧୯ ଏବଂ ଖାଉଟି ମାନଙ୍କର ଅଧିକାର ତଥା ସୁରକ୍ଷା “ନିରାପଦ ଉତ୍ପାଦ – ଆଶ୍ଵସ୍ତ ଗ୍ରାହକ” ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବା ସହ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ମଶାଳାରେ ପୁରୀ ନଗର ନିଗମର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା,ଉପନୀୟନ୍ତ୍ରିକା ଓଜନ ଓ ମାପ ବିଭାଗ ପୁରୀ,ଶ୍ରୀମତୀ ପ୍ରଗତି ନାୟକ, ନିରୀକ୍ଷିକା ସୁଶ୍ରୀ ସ୍ଵପନେଶ୍ଵରୀ ବେହେରା , ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଛୋଟରାୟ ମାରାଣ୍ଡି ,ବିଶିଷ୍ଟ ସମାଜ ସେବି ପ୍ରଦ୍ମଚରଣ ସେଠୀ ପ୍ରମୁଖ ଯୋଗଦାନ କରି ଖାଉଟି ସଚେତନତାର ବାର୍ତ୍ତାପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଆଇନଜୀବୀ ଶ୍ରୀ ବିଜୟାନନ୍ଦ ମିଶ୍ର ଉପସ୍ଥିତ ସଦସ୍ୟ ମାନଙ୍କୁ ଖାଉଟି ସୁରକ୍ଷା ଆଇନ ସଂପର୍କ ବୁଝାଇବା ସହ ଆଇନର ସୁଫଳ କିପରି ମିଳି ପାରିବ ସେ ସମ୍ପର୍କରେ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ । ପୁରୀ ଜିଲ୍ଲାର ୭୦ ରୁ ଅଧିକ ଖାଉଟି ଏହି କାର୍ମଶାଳା ରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ଵେଚ୍ଛାସେବି ଅନୁଷ୍ଠାନ ନିହିଡା ଦ୍ଵାରା ଏହି କର୍ମଶାଳା ପରିଚାଳନା କରଯାଇଥିଲା । ନିହିଡାର ସମ୍ପାଦକ ଶ୍ରୀଯୁକ୍ତ ଭକ୍ତ ବିହାରୀ ମିଶ୍ର ଏହି କାର୍ମଶାଳା କୁ ପରିଚାଳନା କରିବା ସହ ଖାଉଟି ମାନେ କିପରି ଅଧିକ ସଶକ୍ତ ହେବେ ସେ ସମ୍ପର୍କରେ ତାଲିମି ପ୍ରଦାନ କରିଥିଲେ । ଶ୍ରୀ ଶଶୀ ଶେଖର ପଣ୍ଡା ଉପସ୍ଥିତ ଅତିଥି ଏବଂ ଅଂଶଗ୍ରହଣ କାରୀ ଉପଭୋକ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
