ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ୧୬/୩( )ସ୍ଥାନୀୟ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି l ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା l ତନ୍ମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ ପକ୍ଷ ୭ଗୋଟି ପିଟିସନ ଦାଖଲ କରିଥିବା ୭ଜଣ ଏବଂ ଅନ୍ୟ ଏକ ପକ୍ଷରୁ ୨ଜଣ ଏହିପରି ମୋଟ ୧୭ଗୋଟି ଦଳ ଉପସ୍ଥିତ ଥିଲେ l ସେଥିମଧ୍ୟରୁ ସହମତି କ୍ରମେ ୫ଗୋଟି କେସ ସମାଧାନ କରାଯାଇଥିବା ବେଳେ ୩ଗୋଟି ମୋକଦ୍ଦମା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରେରଣ କରାଯାଇଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ୦୪ଟି କେସ ସମାଧାନ ପାଇଁ ପ୍ରେରଣ କରାଯାଇଥିଲା l ପରବର୍ତ୍ତି ଶୁଣାଣି ନିମନ୍ତେ ୫ଜଣ ଙ୍କୁ ନୋଟିସ ପ୍ରେରଣ କରାଯାଇଥିଲା।ଏଥି ସହିତ ନୂତନ ଭାବେ ୩ଟି କେସ ପଞ୍ଜୀକୃତ ହୋଇଥିଲା ।ଏହି ଜନ ଶୁଣାଣି ରେ ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି,ସଭ୍ୟ ମୁକ୍ତା ସାହୁ , ପରାମର୍ଶଦାତା ବନ୍ଦନା ପଟ୍ଟନାୟକ ଓ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *