ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ଦଶପଲ୍ଲା- ୧୬/୦୩()ଦଶପଲ୍ଲା ବ୍ଲକ କାର୍ଯ୍ଯାଳୟ ପରିସରରେ ସୋମବାର ଦିନ ବ୍ଳକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ଜିଲ୍ଲାପାଳ ମଧୁମିତା ରଥ ବିଭିନ୍ନ ଅଭିଯୋଗର ଜନ ଶୁଣାଣି କରିଥିଲେ। ସମୁଦାୟ ୧୩୭ ଅଭିଯୋଗ ପତ୍ର ବିଚାର ପାଇଁ ଆସିଥିଲା। ସେଥିମଧ୍ୟରୁ ୧୧୦ଟି ବ୍ୟକ୍ତିଗତ, ୨୨ଟି ଗ୍ରାମ ସମସ୍ୟା ଓ ୫ ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରହିଥିଲା। ତନ୍ମଧ୍ୟରୁ ୪୯ଟି ଅଭିଯୋଗର ତତକ୍ଷଣାତ ଫଇସଲା ସହିତ ଅନ୍ୟ ଅଭିଯୋଗ ଗୁଡିକ ବିଭିନ୍ନ ବିଭାଗକୁ ପଠାଯିବା ସହିତ ତୁରନ୍ତ ବିଚାର କରି ସଫଳତା ପ୍ରଦାନ ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ ମାନଂକୁ ନିର୍ଦ୍ଦେଶ ଦିଆଯାଇଥିଲା | ଜନଶୁଣାଣି ଶିବିରରେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଏସପି ଏସ୍. ସୁଶ୍ରୀ ,ଏଡିଏମ ରୋଜିନା ଦାସ,ସିଡିଏମଓ ପୁଷ୍ପାନୀଳିମା ଲାକ୍ରା,ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ , ବିଡିଓ ଶରତ କୁମାର ମଲିକ, ଥାନା ଅଧିକାରୀ ବିନୟ ରଞ୍ଜନ ପରିଡାଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
