ଉଦଳା ସହର ମଧ୍ୟ ସ୍ଥଳୀରେ ଥିବା ଅଣ ଓସାରିଆ ପୋଲ ଓସାରିଆ କରିବାରେଅହେତୁକବିଳମ୍ବ ଯୋଗୁ ଜନ ଅସନ୍ତୋଷ l

ଉଦଳା ୧୭/୩ ଉଦଳା ବିଜ୍ଞl ପିତ ଅଞ୍ଚଳ ପରିଷଦ ମଧ୍ୟ ରେ ଚକା ଡୋଳା ମାର୍କେଟ ଠାରୁ କୃଷକ ବଜାର ଦେଇ ରାଢୋ ଡିମ ଗଡିଆ କୁ ଯାଇଥିବା ମୁଖ୍ୟ ରାସ୍ତା ସଦା ସର୍ବଦା ଚଳ ଚଞ୍ଚଳ ଥାଏ l ତେବେ ଜନ ଗହଳି ପୂର୍ଣ୍ଣ ଏହି ମୁଖ୍ୟ ରାସ୍ତା ରେ ନିତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଛ ଥିବା ସମୟ ରେ ଦୈନିକ ବସ୍ ଓ ମୋଟର ଜାନ ଯିବା ଆସିବା କରୁଥାଏ l ପରନ୍ତୁ କୃଷକ ବଜାର ଉପରେ ସମସ୍ତ ଙ୍କ ଭରସା ଥାଏ l ମାତ୍ର ସରକାରୀ ଯୋଜନା ଅନୁସାରେ ଉକ୍ତ ରାସ୍ତା ପ୍ରଶାସ୍ତିକରଣ ର ଆବଶ୍ୟକତା ଦୃଷ୍ଟି ରୁ ବହୁ ପୁରାତନ ପୋଲ କୁ ହଟାଇ ନୂଆ ଏକ ଓସାରିଆ ପୋଲ ନିର୍ମାଣ କରିଵା ଆରମ୍ଭ ହୋଇ ଥିଲେ ମଧ୍ୟ ତାହା ଠିକାଦାର ଙ୍କ ମନ ମାନି ଯୋଗୁ ଦୀର୍ଘ ଦିନ ହେଲା ଅଧପାନ୍ତରିଆ ଭାବରେ ପଡି ରହିଅଛି l ଏହା ମଧ୍ୟରେ ଦଶ ମାସ ବିତି ଗଲାଣି ମାତ୍ର ଠିକା ଦାର ଗହନ ନିଦ୍ରା ରେ ଥିବା ଯୋଗୁ ପୋଲ ନିର୍ମାଣ କାମ କଚ୍ଛପ ଗତିରେ ଆଗେଇ ଚାଲିଛି l ଫଳରେ ଜନ ସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତ l ବିଶେଷ କରି କୌଣସି ଦୁର୍ଘଟଣା ଘଟିଲେ ଦମକଳ ଵା ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମିଳିବାରେ ଅହେତୁକ ବିଳମ୍ବ ଘଟୁଛି l ଏତଦ ବ୍ୟତୀତ ନିର୍ମାଣ ପୂର୍ବରୁ ଏକ ବାଇ ପାସ ରାସ୍ତା ନ କରି କିପରି ଭାବରେ ରାସ୍ତା ଭଙ୍ଗା ଗଲା ତାହା ମଧ୍ୟ ଏକ ପ୍ରଶ୍ନ ବାଚୀ l ତେବେ ଜନ ସାଧାରଣ ଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ନୂତନପୋଲ ଯଥା ଶୀଘ୍ର ଶେଷ କରିବା ଲାଗି ସବୁ ମହାଲରେ ସ୍ୱର ଉଠୁ ଅଛି l

Leave a Reply

Your email address will not be published. Required fields are marked *