ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ତାରାତାରିଣୀ ଙ୍କ ଦ୍ଵିତୀୟ ପାଳି ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା l

ପୁରୁଷୋତ୍ତମପୁର -୧୭/୩( )ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ତାରାତାରିଣୀ ଙ୍କ ଦ୍ଵିତୀୟ ପାଳି ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା l ମା ଙ୍କ କୃପା ଲାଭ କରିବା ପାଈଁ ସାରା ଗଞ୍ଜାମ ଜିଲ୍ଲା ଓ ଆଖପାଖ ଶ୍ରଦ୍ଧାଳୁ ମାନେ ବହୁ ଦୁଃଖ କଷ୍ଟ ସହି ମା ଙ୍କୁ ଟିକିଏ ଦର୍ଶନ କରିବା ପାଈଁ ଛୁଟି ଆସିଥାନ୍ତି ମା ଙ୍କ ପୀଠକୁ l ଶ୍ରଦ୍ଧାଳୁ ମାନେ ଗତରାତିରୁ ଆସି ଜଗି ବସିଥିଲେ l ରାତିସାରା ଅନିଦ୍ରା ରହି ଧାଡି ବାନ୍ଧି ଠିଆ ହୋଇ ନିଜ ମାନସିକ ପୂରଣ କରିଥିଲେ l ଛୋଟ ଛୋଟ ପିଲା ମାନଙ୍କୁ ଧରି ମା ଙ୍କ ପାଖରେ ମୁଣ୍ଡନ କରି ଧାଡି ପ୍ରକ୍ରିୟାରେ ମା ଙ୍କୁ ଦର୍ଶନ କରିଥିଲେ l ଶ୍ରଦ୍ଧାଳୁ ମାନଙ୍କୁ ସାହାଯ୍ୟ କରିବା ପାଈଁ ବିଭିର୍ନ ସ୍ବେଛାସେବୀ ସଂଗଠନ ଯେପରି ରନ ସୋସିଆଲ ଅର୍ଗନାଇଜେସନ ପୋଲିସ ପ୍ରଶାସନ, ଓ ମନ୍ଦିର କର୍ମଚାରୀ ମାନେ ଅହରହ ସେବା ଯୋଗାଇ ଦେଉଥିଲେ l ଗଞ୍ଜାମ ଉପଜିଲ୍ଲାପାଳ ସୁଭାଶିଷ ବରାଳ ନିଜେ ଚାରିଆଡେ ବୁଲି ବୁଲି ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା l ସେହିପରି ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା କାଲି ଠାରୁ ମାଆଙ୍କ କାର୍ଯ୍ୟ ରେ ଲାଗିପଡିଛନ୍ତି l ମନୋରଞ୍ଜନ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ ମାଆଙ୍କ ଦର୍ଶନ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା l

ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରଦ୍ଧାଳୁ ମାନେ ପ୍ରବଳ ମାତ୍ରାରେ ଆସିବେ ସେଥିଲାଗି ମନ୍ଦିର କୁ ଜିବା ପାଈଁ ଅଧିକ ବସ ର ବନ୍ଦୋବସ୍ତ କରାଯାଇଥିଲା l ଚାରିଆଡେ ଆଲୋକୀକରଣ କରାଯାଇଥିଲା l ରୌଦ୍ର ତାପକୁ ନଜରରେ ରଖି ଚାରିଆଡେ ପାଣିସିଞ୍ଚନ କରାଯାଉଥିଲା l ଆନନ୍ଦ ବଜାର ରେ ଖାଇବା ଶହ ପ୍ରଚୁର ପାଣି ର ବ୍ୟବସ୍ଥା ହୋଇଥିଲା l ଯାହା ଫଳରେ ଶ୍ରଦ୍ଧାଳୁ ମାନେ ଅନାୟାସ ରେ ମା ଙ୍କ ଦର୍ଶନ କରି ପାରିଥିଲେ l ଓ ଆହୁରି କିଛି ସେବାସଂସ୍ଥା,ପୋଲିସ ବିଭାଗ ମଧ୍ୟ ଚାରିଆଡେ ପଇଁତରା ମାରି ଶ୍ରଦ୍ଧାଳୁମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ତା ଉପରେ ତୀକ୍ଷ୍ଣ ନଜର ରଖିଥିବାର ଦେଖିବାକୁ ମିଳିଥିଲା l ସେହିପରି ଅଗ୍ନିଶମ ବିଭାଗ ବି ମା ଙ୍କ ସେବା କରିବାରେ କୌଣସି ତ୍ରୁଟି କରିନଥିଲେ l ଠିକ ସେହିପରି ଆଜି ଦିନରେ ଏହି ବ୍ଲକ ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ତୁମ୍ବେସ୍ୱର ମନ୍ଦିର ସାମ୍ନାରେ ଋଷିକୁଲ୍ୟା ନଦୀରେ ମହା ବାରୁଣୀ ସ୍ନାନ ପଡିଥିଲା ସେହିଠାରେ ବି ପିତୃ ପୁରୁଷ ଙ୍କ ଅସ୍ତି ବିସର୍ଜନ କରିବା ପାଈଁ ପ୍ରବଳ ଭିଡ଼ ଜମିଥିଲା ତୁମ୍ବେଶ୍ୱର ମନ୍ଦିର ର ସଭାପତି ନିଜେ ତହସିଲ ଦାର ରହିଥିବାରୁ ସେଠାରେ ପୋଲିସ ପ୍ରଶାସନ ଓ ତୁମ୍ବେଶ୍ୱର ଜୁବକ ସଙ୍ଘ, ଓ ବିଭିର୍ନ ସ୍ଵେଛାସେବୀ ସଂଗଠନ ର ସଦସ୍ୟ ମାନେ ଭିଡକୁ ନିୟନ୍ତ୍ରଣ କରିବାର ଦେଖିବାକୁ ମିଲଥିଲା l

Leave a Reply

Your email address will not be published. Required fields are marked *