ଅତୁଟ ସମ୍ପର୍କ
ଅତୁଟ ସମ୍ପର୍କ
(ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)
ମଣିଷ ସମସ୍ତ ଜୀବ ଜଗତ ରେ ଉନ୍ନତ ସାମାଜିକ ପ୍ରାଣୀ।
ସମାଜ ସହିତ ଓତ ପ୍ରୋତ ଭାବେ ଜଡ଼ିତ।ସମ୍ପର୍କ ମଣିଷ ର ସହଜାତ ଗୁଣ। ପରିବାର ବର୍ଗଙ୍କୁ ଭଲ ସମ୍ପର୍କ ରେ ବାନ୍ଧି ରଖିବା ଭବିଷ୍ୟତ ପାଇଁ ମଙ୍ଗଳମୟ ହେବ।
ଲୋଭ ମୋହ ମାୟାରେ ମଣିଷ ବଶୀଭୂତ ହୋଇ ସମ୍ପର୍କରେ ପୂର୍ଣ୍ଣଛେଦ ପକାଏ।
ଧନ ସମ୍ପର୍କ କୁ ବିପଥଗାମୀ କରାଏ।
ବାପା ପୁଅ ର ସମ୍ପର୍କ, ମାଆ ଝିଅଙ୍କର ସମ୍ପର୍କ, ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଏକ ସାଶ୍ବତ ସମ୍ପର୍କ।
ଶଳା ଭିଣୋଇ ର ସମ୍ପର୍କ ମଧୁର ସମ୍ପର୍କ।
ସମ୍ପର୍କ ଭଲ ରହିଲେ ସ୍ନେହ ଶ୍ରଦ୍ଧା ବଢିଯାଏ।
ଧନ ଧାର ଉଧାର ସମ୍ପର୍କ କୁ ନଷ୍ଟ କରେ।
ଯଦି ସମ୍ପର୍କ ଅତୁଟ ରହେ ମଣିଷ ବିପଦ ଆପଦ ରେ ସହଯୋଗ ପାଇଥାଏ।ମୋ ମତରେ ବନ୍ଧୁତା ଅତୁଟ ସମ୍ପର୍କ ରେ ବଢିଯାଏ।
