ଭବାନୀପାଟଣା ରେ ମହିଳା ଆୟୋଗ ଦ୍ବାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା ରେ ମହିଳା ଆୟୋଗ ଦ୍ବାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭବାନୀପାଟନା, ୧୮/୦୩: ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁଳ୍କ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହ‌ଯୋଗରେ ଏକ ଜନ ସୁନୱାଇ (ଜନ ଶୁଣାଣି) କାର୍ଯ୍ୟକ୍ରମ ଆଜି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମହିଳା କମିଶନ୍ ଅଧ୍ଯକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମୁଦାୟ ୨୦ ଗୋଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ, ସେଥ୍ ମଧ୍ୟରୁ ମୋଟ ୧୮ଗୋଟି ମାମଲାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ପକ୍ଷମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି ହୋଇ ୫ଗୋଟି ମାମଲାର ଫଏସଲା ହୋଇଥିବା ବେଳେ, ୩ ଗୋଟି ମାମଲାକୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପ୍ରେରଣ କରାଯାଇଥିଲା, ଅନ୍ୟ ୩ ଗୋଟି ମାମଲାକୁ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଥିଲା, ଗୋଟିଏ ମାମଲାରେ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରେରଣ କରାଯାଇଥିବା ବେଳେ, ୬ ଗୋଟି ମାମଲାରେ ପକ୍ଷ ମାନଙ୍କୁ ଆୟୋଗରେ ପୁନଃ ଉପସ୍ଥିତ ନିମନ୍ତେ ନୋଟିସ ପାଇଁ ନିର୍ଦେଶ ଜାରି ହୋଇଥିଲା । ଆଜିର ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକ ମାମଲା ଗୁଡିକରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ୍ ଦାଖଲ କରିଥିଲେ । ସେହିପରି, ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୩ ଗୋଟି ନୂତନ ମାମଲାର ପଞ୍ଜିକରଣ ମଧ୍ୟ ହୋଇଥିଲା ।

ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୋଗର ସଦସ୍ୟା ମୁକ୍ତା ସାହୁ,ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଶୁଭ୍ରାଂଶୁ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷl ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶୈଳେନ୍ଦ୍ର ମହାପାତ୍ର, ଭବାନୀପାଟଣା ୱାନ୍ ଷ୍ଟପ୍ କେନ୍ଦ୍ରର ଅକ୍ଷକ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସେହିପରି, ମହିଳା ଆୟୋଗର ଆଇନ୍ ସହାୟକ ଅରବିନ୍ଦ ପଟ୍ଟନାୟକ, ଦୁଇଜଣ କାଉନ୍ସେଲର ବନ୍ଦନା ପଟ୍ଟନାୟକ, ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ତ୍ରିଲୋଚନ ନାୟକ, ଚିତ୍ତରଞ୍ଜନ ସାହୁ, ଅନ୍ତରଯାମୀ ରାଉତ ଏବଂ ରାମଚନ୍ଦ୍ର ବେହେରା ପ୍ରମୁଖ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *