ଯାତ୍ରୀ ନିବାସରେ ପଖାଳ ଦିବସ ପାଳିତ

କୋଣାର୍କ – ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପରିଚାଳିତ କୋଣାର୍କ ଯାତ୍ରୀ ନିବାସ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ଦହି ପଖାଳ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ପଖାଳ ସହ ଆମିଷ ଓ ନିରାମିଷ ପାରମ୍ପରିକ ବ୍ୟଞ୍ଜନ ଖାଇ ପର୍ଯ୍ୟଟକ ମାନେ ଖୁସିବ୍ୟକ୍ତ କରୁଥିବା ବେଳେ ଓଡ଼ିଆ ଖାଦ୍ୟର ପ୍ରଶଂସା କରିଥିଲେ। ପାରମ୍ପାରିକ ମାଛ ଭଜା, ଚିଙ୍ଗୁଡ଼ି ଛେଚା, ଶାଗ, କଖାରୁ ଫୁଲ ପିଠା, କାକୁଡି, ପାମ୍ପଡ, ଆଳୁ ଚକଟା, ବଡି ଚୁରା, ଆମ୍ବ ଚଟଣୀ, ବିଭିନ୍ନ ପରିବା ଭଜା, ଖଟା ଆଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯାତ୍ରୀନିବାସ ପରିଚାଳକ ବାପି ରଞ୍ଜନ ସାହୁ, ରେଷ୍ଟୁରାଣ୍ଟ ପରିଚାଳକ ବିକାଶ କୁମାର ସ୍ୱାଇଁ, ବଳରାମ ମହାପାତ୍ର, ଲକ୍ଷ୍ମିପ୍ରୀୟା ବେହେରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିଥିଲେ। ହେଲେ କୋଣାର୍କ ପର୍ଯ୍ୟଟନ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦେଖିବାକୁ ମିଳି ନଥିଲା।

Leave a Reply

Your email address will not be published. Required fields are marked *