ଆଳିପିଙ୍ଗଳ ମା ‘ ପୀଠ ଦୁର୍ଗା ବାସନ୍ତୀ ମହୋତ୍ସବ ଉଜ୍ୟାପିତ

ଆଳିପିଙ୍ଗଳ ମା ‘ ପୀଠ ଦୁର୍ଗା ବାସନ୍ତୀ ମହୋତ୍ସବ ଉଜ୍ୟାପିତ l

ଜଗତସିଂହପୁର – ତା ୨୨. ୩. ୨୬- ଜଗତସିଂହଡର ଜିଲ୍ଲା ର ଆଳିପିଙ୍ଗଳ ସ୍ଥିତ ଜୟ ମା’ ପୀଠ ଦୁର୍ଗା ମଣ୍ଡପ ଠାରେ ବାସନ୍ତୀ ମହୋତ୍ସବ ମାର୍ଚ୍ଚ ୧୯.ଓ ୨୦. ଦୁଇଦିନ ମହା ସମାରୋହରେ ପାଳିତ ହୋଇସାରିଛି । ପ୍ରଥମ ଦିନ ସାଧନା କଳା କେନ୍ଦ୍ର ସିଠାଳୋ ର କୁନିକୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଦ୍ୱିତୀୟ ଦିନଜଗତସିଂହପୁର ଜିଲ୍ଲାର ଅଗ୍ରଣୀ କଳା ଅନୁଷ୍ଠାନ, ସମାଜରୁ ହଜିଯାଉଥିବା ପାରମ୍ପରିକ କଳା ଗୀତିନାଟ୍ୟ, ଶୁଆଙ୍ଗ, ଦାସକାଠିଆ, ଧୁଡୁକି ନାଚ, ପୌରାଣିକ ନାଟକ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ବାଣୀକ୍ଷେତ୍ର ନାଟ୍ଯ ପରିଷଦର ସୌଖିନ କଳାକାରମନେ ଏହିସବୁ ପାରମ୍ପରିକ କଳାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି l ଜିଲ୍ଲା ତଥା ଜିଲ୍ଲାବାହାରେ ଓ ଆନ୍ତର୍ଜାତୀୟ ସ୍ତରରେ ପୌରାଣିକ ନାଟକ, ଗୀତିନାଟ୍ୟ ପରିବେଷଣ କରି ବେସ ସୁନାମ ଅର୍ଜନ କରିବା ସହିତ କଳା ମାଟିର ଜିଲ୍ଲାର ଗାରିମା ବୃଦ୍ଧି କରିଛିନ୍ତି l ବାଣୀକ୍ଷେତ୍ର ନାଟ୍ୟ ପରିଷଦର କଳା କାର ମାନଙ୍କ ଦ୍ବାରା ଗୀତିନାଟ୍ୟ ଅମର ବିଳାସ ମଞ୍ଚସ୍ଥ କରାଯାଇଥିଲା । ବିଳାଶ ଭୁମିକାରେ ଅଭିନୟ କରିଥିବା ଶାନ୍ତିପ୍ରିୟା ସ୍ୱାଇଁ ଙ୍କ ନିଖୁଣ ଅଭିନୟରେ ଦର୍ଶକ ମୁଗ୍ଧ ହୋଇଅନେକ ପୁରସ୍କାର ପ୍ରଦାନ କରିଥିଲେ l ସମସ୍ତ କଳା କାର ମନେ ନିଖୁଣ ଅଭିନୟରେ ଦର୍ଶକ ମାନଙ୍କ ମନମୋହିଥିଲେ l ମା ପୀଠଦୃଗା ପୂଜା କମିଟି ତରଫରୁ ସମସ୍ତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଦୀଲ୍ଲୀପ କୁମାର ପଲାଉର ସମ୍ପାଦକ ବୀଜୟରାମ ପଲାଉର କୋଷାଧକ୍ଷ କୃତିବାସ ଦାସ ଓ ସର୍ବୋପରି ଧନେଶ୍ବର ବେହେରା, ଗୋପବନ୍ଧୁ ବେହେରା, ଗଗନ ବିହାରୀ ବେହେରା, ଆର୍ତବନ୍ଧୁ ବେହେରା ,ବିଷ୍ଣୁ ଚ଼ରଣ ମହାନ୍ତି, କୁଞ୍ଜ ବିହାରୀ ଦାସ , ସୁଖୀ ଜୀବନ ଟେଣ୍ଟ ହାଉସ(ଅଶୋକ କୁମାର ସାହୁ) ଓ ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *