ପ୍ରଥମ ପର୍ଯ୍ୟାୟ ଜନଗଣନା ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ।
ଚିକିଟୀ ,୨୫।୩( ): ରାଜ୍ୟ ଜନଗଣନା କାର୍ଯ୍ୟକ୍ରମର ନିର୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ତହସିଲଦାରଙ୍କ କାର୍ଯ୍ୟଳୟ ପକ୍ଷରୁ ରାଜକବି ରାଧାମୋହନ ବିଦ୍ୟପୀଠରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି।ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଜନଗଣନାକାରୀ ଏବଂ ସୁପରଭାଇଜରଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପନ କାର୍ଯ୍ୟକ୍ରମରେ ତହସିଲଦାର ବିଶ୍ଵରଂଜନ କହଁର ଯୋଗଦେଇ ଉପସ୍ଥିତ ସମସ୍ତ ପରିଗଣନାକାରୀମାନଙ୍କୁ ଉତ୍ସାହିତ କରିବା ସହ ସଠିକ୍ ରୂପେ ଗଣନାକାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସିଆରସିସି ସୁଜିତ କୁମାର ପାଢ଼ୀ, ଏ ଦମୟନ୍ତୀ, କୋରେସୁ ସାହୁ ଓ ନାରାୟଣ ପ୍ରଧାନ ତାଲିମ ପ୍ରଦାନ କରିଥିଲେ।

ସ୍ୱ ଗଣନା ଏପ୍ରିଲ ୧ରୁ ୧୫ ଯାଏ ଆରମ୍ଭ ହେବାକୁ ଯାଉଥିବା ବେଳେ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ନିମନ୍ତେ କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଶିକ୍ଷଣ ଶିବିରରେ ଆଲୋଚନା କରାଯାଇଥିଲା । ଏହି ଗୃହ ତାଲିକା ଏବଂ ଗୃହ ଗଣନା ନିମନ୍ତେ ୨୩୨ଜଣ ପରିଗଣନାକାରୀ ଏବଂ ୪୪ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ଜନ ସଧାରଣଙ୍କୁ ଏହି ଜାତୀୟ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେତହସିଲଦାର ଅନୁରୋଧ କରିଛନ୍ତି।
