ଟ୍ରାନ୍ସ ଜେଣ୍ଡର ଅଧିକାର ସଚେତନତା ରାଲି

ଟ୍ରାନ୍ସ ଜେଣ୍ଡର ଅଧିକାର ସଚେତନତା ରାଲି*
ପୁରୀ – ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ଦ ବେଲ୍,ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପୁରୀ,ଜିଲ୍ଲା କିନ୍ନର ସଂଘ ଓ ନିଡ୍ ଏଣ୍ଡ ହେଲ୍ପ ଫାଉଣ୍ଡେସନ ମିଳିତ ସହଯୋଗରେ ମାର୍ଚ୍ଚ ୩୧ ତାରିଖରେ ପାଳିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ଟ୍ରାଂନ୍ସ ଜେଣ୍ଡର ଦୃଶ୍ୟମାନ ଦିବସ ପାଳନ ପରିପ୍ରେକ୍ଷୀରେ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ ସୂଚନା ଲୋକସଂପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରି ଶ୍ରୀମତୀ ନମିତା ଚାନ୍ଦ ନାୟକ


,ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ପୁରୀ ଜିଲ୍ଲା କିନ୍ନର ସଂଘ୍ ସଭାପତି ପ୍ରୀୟାଂଶି ଦାସ ,ସାଥୀ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନଜର ଶର୍ମିଷ୍ଠା ଦାସ,ଟ୍ରାଂଶ ମ୍ୟାନ ଆକ୍ଭିଭିଷ୍ଟ ସୁମନ ମହାକୁଡ଼,ସନ୍ତୋଷ କୁମାର ଜେନା
ମିଳିତ ଭାବରେ ପତାକା ଦେଖାଇ ରାଲି ଶୁଭାରମ୍ଭ କରିଥିଲେ। ଟ୍ରାନ୍ସ ଜେଣ୍ଡର ଅଧିକାର ସମ୍ପର୍କିତ ବିଭିନ୍ନ ପ୍ଲାକ୍ କାର୍ଡ ଧରି ପୁରୀର ବିଭିନ୍ନ ଅନୁଷ୍ଠାନ , ଟ୍ରାନ୍ସ ଜେଣ୍ଡର କମ୍ୟୁନିଟୀ, ବୁଦ୍ଧିଯିବି,କଲେଜ ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଭକ୍ତ ସାଲବେଗ ପୀଠ ପାଖରେ ଏହି ରାଲି ଶେଷ ହୋଇ ଥିଲା।ଏହି ଅବସରରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠ ଠାରେ ଟ୍ରାନ୍ସ ଜେଣ୍ଡର ଅଧିକାର ସମ୍ପର୍କିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *