ସାରା ଓଡିଶା ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲାର ମା ଦଣ୍ଡକାଳୀଙ୍କ ଦଣ୍ଡ ନାଚ
ପୁରୁଷୋତ୍ତମପୁର ୨୫/୩
ସାରା ଓଡିଶା ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲାର ମା ଦଣ୍ଡକାଳୀଙ୍କ ଦଣ୍ଡ ନାଚ ଆଜି ପୁରୁଷୋତ୍ତମପୁର ରେ ବିଜେ କରିଛନ୍ତି l ଗତକାଲି ରାତ୍ର ପୁରୁଣା ପୋଷ୍ଟ ଅଫିସ ସାହିର ଚିତ୍ରକାର କାଳୁଚରଣ ପଣ୍ଡାଙ୍କ ଘରୁ ମା ଙ୍କୁ ଏକ ବିରାଟ ପଟୁଆରରେ ଗ୍ରାମର ୪ଟି ପୁଞ୍ଜା ଯଥା ଗଉଡ଼ପୁଞ୍ଜା, ଧୋବା ପୁଞ୍ଜା, ତେଲିପୁଞ୍ଜା-୧ ଓ ତେଲିପୁଞ୍ଜା-୨ କୁ ବହୁ ବାଜା,ଢୋଲ,ତୁରୀ,ଘଣ୍ଟ,କାହାଳୀ ପ୍ରଭୁତି ବଜାଇ ବାଣ ଫୁଟାଇ ନାଚଗୀତ କରି ବଡ଼ ପଟୁଆରରେ ମା ଙ୍କୁ ଦଣ୍ଡୁଆ ଓ କମିଟି ସଦସ୍ୟ ମାନେ ପାଛୋଟି ନେଇ ପୂର୍ବ ପ୍ରସ୍ତୁତ ହୋଇଥିବା ମା ଙ୍କୁ ମେରୁ ଘରେ ରଖିଥିଲେ l

ଆଜି ମେରୁ ଘରେ ମା ଙ୍କୁ ହୋମ କରି ପୂଜାର୍ଚନା କରିଥିଲେ l ଏହା ପରେ ଦଣ୍ଡୁଆ ମାନେ ଗୋପାଳ ବନ୍ଧ ରେ ପାଣି ଦଣ୍ଡ ଭାଙ୍ଗିଥିଲେ l| ଲୋକଙ୍କ କହିବା କଥା ହେଲା ଦଣ୍ଡୁଆ ମାନେ ସେଠାରେ ପ୍ରତି ବର୍ଷ ଦଣ୍ଡ ବିଧାନ କରୁଛନ୍ତି ଦଣ୍ଡୁଆମାନେ ପାଣି ଦଣ୍ଡ ଭାଙ୍ଗି ନୁଆଁ ପଇତା ପିନ୍ଧି ପାଣି ଦଣ୍ଡ ଏବଂ ଅଗ୍ନି ଦଣ୍ଡ ଖେଳିଥିଲେ l ତାପରେ ସେଠାରୁ ଦାତା ଘରେ ପହଞ୍ଚି କୁମ୍ଭ କଳସ ଢାଳିଥିଲେ ଓ ବୀଣାକାର ମାଙ୍କ ବନ୍ଦନା କରିଥିଲେ ଓ ପରେ ଗ୍ରାମର ସବୁ ସାହି ଗଳିରେ ବୁଲି ବୁଲି ମା ପୂଜା ପାଇଥିଲେ l ଏହା ପରେ ମା ଆଜିର ଦାତାଙ୍କ ଘର ଆଗରେ ଧୂଳିଦଣ୍ଡ ଖେଳିଥିଲେ l ମା ଙ୍କ ଏହି ଧୂଳି ଦଣ୍ଡ ଦେଖିବା ପାଇଁ ସହ ଶହ ଭକ୍ତ ଉପସ୍ଥିତ ହୋଇ ନାଚ ଉପଭୋଗ କରିଥିଲେ l ଏହାପରେ ଦଣ୍ଡୁଆ ମାନେ ମେରୁ ଘରକୁ ଯାଇ ଦାତା ମାନେ ଦେଇଥିବା ଫଳ ଭୋଗ ଖାଇ ଥାନ୍ତି l ଓ ରାତ୍ର ସମୟରେ ମାଙ୍କୁ ଦାତାଙ୍କ ଘର ଆଗରେ ଅଗ୍ନିଦଣ୍ଡ ଖେଳନ୍ତି ଓ ଦଣ୍ଡୁଆ ମାନଙ୍କୁ ଉଜାଗର ରଖିବା ପାଈଁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରନ୍ତି l ଏହି ଦଣ୍ଡ ଯାତ୍ରା ଆସନ୍ତା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ଓ ମା ଏହି ସମୟରେ ଗାଁ ଗାଁ ବୁଲି ଦାତା ମାନଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି l ଠିକ ସେହିପରି ପୁରୁଷୋତ୍ତମପୁର ର ସବୁ ପୁଞ୍ଜା ଏହିପରି ନୀତି କାନ୍ତି କରିଥାନ୍ତି |
