ନୟାଗଡ଼ରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

​ନୟାଗଡ଼, ୨୫/୩: ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଦକ୍ଷିଣକାଳୀ ଖେଳ ପଡ଼ିଆଠାରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
​ଏହି ଶିବିରରେ ନୟାଗଡ଼ ମଣ୍ଡଳର ୧୦ଟି ବ୍ଲକରୁ ଅନଲାଇନ୍ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ଭଲି ବଲ ଖେଳାଳି ଚୟନ ଦକ୍ଷିଣ କାଳୀ ଖେଳ ପଡିଆ ଏବଂ ସୁନାଖଳା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ ଶାରୀରିକ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ ମିଶ୍ର, ଅଶୋକ କୁମାର ପ୍ରଧାନ, ହେମନ୍ତ କୁମାର ସେଠି, ସରୋଜିନୀ ସାହୁ, ବିଶ୍ୱରଂଜନ ସାହୁଙ୍କ ସମେତ ଅନ୍ୟାନ୍ୟ ସହଯୋଗୀମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *