ସ୍ମରଣିକା ସତୀର୍ଥ ଉନ୍ମୋଚିତ
ଭୁବନେଶ୍ୱର,୨୫.୦୩.୨୦୨୬: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ “କ୍ରୀଡା ଓ ସାଂସ୍କୃତିକ ସଂସଦ”ର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରକାଶିତ ସ୍ମରଣିକା “ସତୀର୍ଥ”କୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବରିଷ୍ଠ ଉନ୍ମୋଚନ କରୁଛନ୍ତି । ମଙ୍ଗଳବାର ଉତ୍ସବର ୨ୟ ଦିବସ ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ମାହାଲ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କ ସମେତ ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଅମୀୟ କୁମାର ଦାସ ଓ ସାଧାରଣ ସଂପାଦକ ଶ୍ରୀ ନଳୀନିକାନ୍ତ ଶର୍ମା ପ୍ରମୁଖ ମଂଚାସୀନ ଥିଲେ ।
