ପୁରୀ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେଡି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା
ପୁରୀ ଜିଲ୍ଲାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କୁ ଭେଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ ବ୍ୟାପକ ଅବ୍ୟବସ୍ଥା ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଆଜି ଆଲୋଚନା କରିଛନ୍ତି।ପୁରୀ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିରେ ଚାଷୀ ମାନେ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି। ପୁରୀ ଜିଲ୍ଲାରେ ୭୦ ଭାଗ ଚାଷୀ ରବି ଧାନ ଉପରେ ନିର୍ଭର କରନ୍ତି।ପଞ୍ଜିକରଣ ରୁ ବଞ୍ଚିତ ହୋଇଥିବା ଚାଷୀ ମାନଙ୍କୁ ସମୟ ଅବଧି ବଢାଇ ପୁର୍ଣ୍ଣ ପଞ୍ଜିକରଣ କରିବା ପାଇଁ ସୁଯୋଗ ଦେବାକୁ ଜିଲ୍ଲାପାଳ ଙ୍କୁ ଶ୍ରୀ ଦାସବର୍ମା ନିବେଦନ କରିଛନ୍ତି।
