ଭଞ୍ଜନଗର ମା ଠାକୁରାଣୀ ଙ୍କ ଯାତ୍ରା ପାଇଁ ପ୍ରାରମ୍ଭିକ ବୈଠକ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଭଞ୍ଜନଗର, ତା.୨୫/୦୩ : ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମା’ ଠାକୁରାଣୀ ଙ୍କ ଯାତ୍ରା-୨୦୨୬ ବୈଠକ ଆଜି ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ବେହେରା , ଅଧକ୍ଷ ପୌରପରିଷଦ ଶ୍ରୀଯୁକ୍ତ ଗୋପୋବନ୍ଧୁ ମହାପାତ୍ର ତଥା ଅନ୍ୟ ସମସ୍ତ ପ୍ରଶାସନିକ ଓ ସରକାରୀ ଅଧିକାରୀ ଏବଂ ଯାତ୍ରା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମସ୍ତ ପ୍ରସ୍ତୁତିକାର୍ଯ୍ୟ, ନିରାପତ୍ତା ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅଗ୍ନି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ସାମ୍ବଳିକ ବିବରଣୀ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଛି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ସମସ୍ତଙ୍କୁ ଯାତ୍ରାକୁ ଆହୁରି ଫଳପ୍ରଦ , ଆକର୍ଷଣୀୟ ଓ ନିରାପଦ କରିବାକୁ ପରାମର୍ଶ ଦେଇଛନ୍ତି ।ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଯାତ୍ରା ଅନୁଷ୍ଠାନ ସମୟରେ ସମସ୍ତ ବିଭାଗର ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରାଯିବ।ଏହି ଯାତ୍ରା ଭଞ୍ଜନଗର ବ୍ଲକର ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ଭାବେ ପରିଚିତ ଏବଂ ଏହି ବୈଠକ ଐତିହାସିକ ପର୍ବର ସମସ୍ତ ବ୍ୟବସ୍ଥାପନା ସମନ୍ୱୟ କରିବା ସହ ଭକ୍ତମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବ ବୋଲି ସର୍ବସାଧାରଣଙ୍କୁ ଅବଗତ କରାଯାଇଛି । ବୈଠକ ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *