ଆର୍. ଡି. ଏସ୍. ଡିଗ୍ରୀ ମହାବିଦ୍ୟାଳୟ ରେ “ବିପର୍ଯ୍ୟୟ ମୁକାବିଲା ଏବଂ ଅଗ୍ନି ନିର୍ବାପନ ଅଭ୍ୟାସ” ସଚେତନତା କାର୍ଯକ୍ରମ ଅନୁଷ୍ଠିତ ।
ଉଦଳା, କୁଣ୍ଡାବାଇ ସ୍ଥିତ ଆର୍.ଡି.ଏସ୍. ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ ଏବଂ ଏନ୍ ଏସ୍ ଏସ୍ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ଏବଂ ଅଗ୍ନି ନିର୍ବାପନ ଅଭ୍ୟାସ ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ପୌରହିତ୍ୟ କରି ବିପର୍ଯ୍ୟୟ ସମୟରେ ମୁକାବିଲା ଓ ସତର୍କତା ହିଁ ଜୀବନ ରକ୍ଷାର ଏକମାତ୍ର ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଳା ଅଗ୍ନିଶମ ବିଭାଗର ଅଫିସର ମନୋରଞ୍ଜନ ମାହାଳିକ ଯୋଗଦେଇ ପାୱାର ପଏଣ୍ଟ ଏବଂ ବିଭିନ୍ନ ଉଦାହରଣ ମାଧ୍ୟମରେ କିପରି ଏହାକୁ ରୋକାଯାଇ ପାରିବା ସହିତ କଣ କଣ ପଦକ୍ଷେପମାନ ନିଆଯାଇ ଧନ ଜୀବନକୁ ରକ୍ଷା କରାଯାଇ ପାରିବ ତାହା ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ । ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ଵାରା ଏକ ମକ୍ ଡ୍ରିଲ କାର୍ଯକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ସୁଧାଂଶୁ ଶେଖର ଦାସମଙ୍ଗରାଜ, ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅକ୍ଷୟ କୁମାର ଗିରି ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭଗର ମୁଖ୍ୟ ଡ଼ଃ ଅଜିତ୍ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଯୁବରେଡକ୍ରସ କାଉନସିଲର ରାଜେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଓମ ପ୍ରକାଶ ଶତପଥୀ, ଜ୍ୟୋତିପ୍ରକାଶ ପଣ୍ଡା, ମହେନ୍ଦ୍ର ବିନ୍ଧାଣୀ, ଡ. ଦିବ୍ୟାରାଣୀ ତ୍ରିପାଠୀ, ମଧୁସ୍ମିତା ପରିଡା ପ୍ରମୁଖ ଓ ଯୁବ ରେଡ୍ କ୍ରସ୍, ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ସହଯୋଗ କରି ସଫଳ କରିଥିଲେ ।
