ଅପରେସନ “ଚକ୍ର”
ପ୍ରେସ୍ ବିଜ୍ଞପ୍ତି
ଅପରେସନ “ଚକ୍ର” ଅଭିଯାନରେ ପୁଣି ତିନି ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଚନ୍ଦନପୁର ଥାନା ପୋଲିସ ଗିରଫ କରିଛି। ଆଜି ସକାଳେ ଲୁଚିଛପି ଭାଇଲିପୁର ନିକଟରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗାର ବେପାରୀ ବ୍ରାଉନ ସୁଗାର ବିକ୍ରି ପାଇଁ ତିନି ଜଣ ବ୍ୟକ୍ତିଙ୍କ ସହିତ ମୁଲଚାଲ କରୁଥିବା ବେଳେ ଚନ୍ଦନପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲେ। ପୋଲିସ ସମସ୍ତ ୩ ଜଣ ଆସାମୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୦.୫୦ ଗ୍ରାମ ବ୍ରାଉନ ସୁଗାର, ୩ଟି ମୋବାଇଲ୍ ଫୋନ୍ ଓ ନଗଦ ୯,୦୦୦/- ଟଙ୍କା ଜବତ କରିଛି।
ଆଜି ସେମାନଙ୍କୁ ମାନ୍ୟବର ଜିଲ୍ଲା ଓ ଦାୟରା ଜଜ୍, ପୁରୀଙ୍କ ଆଦାଲତରେ ହାଜର କରାଯାଇଥିଲା। ଯାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି।
ଚନ୍ଦନପୁର ଥାନା କେସ ନମ୍ବର – 62/2026, U/s-21(b) NDPS Act.
ଅଭିଯୁକ୍ତଙ୍କ ନାମ :
୧) ବିକମ ଚୁଆଲସିଂହ (୪୬), ପିତା– ବାବନ ଚୁଆଲସିଂହ
୨) ମନୋରଞ୍ଜନ ଜେନା (୩୨), ପିତା– ଚକ୍ରଧର ଜେନା
୩) ଅକ୍ଷୟ ଗୌମନସିଂହ (୪୩), ପିତା– ରୌଳା ଗୌମନସିଂହ
ସମସ୍ତେ ଗ୍ରାମ– ବାଲିପଡା, ଥାନା– ଗଡିସାଗଡା, ଜିଲ୍ଲା– ପୁରୀ।
ଜବତ ସାମଗ୍ରୀ :
୧) ବ୍ରାଉନ ସୁଗାର – ୧୦.୫୦ ଗ୍ରାମ
୨) ମୋବାଇଲ୍ ଫୋନ୍ – ୩ଟି
୩) ନଗଦ ଟଙ୍କା – ୯,୦୦୦/-
