ଆଶ୍ରମ ସ୍କୁଲ୍ ବର୍ଷିକ ଉତ୍ସବ ଅନୁଷ୍ଠିତ
ଆଶ୍ରମ ସ୍କୁଲ୍ ବର୍ଷିକ ଉତ୍ସବ ଅନୁଷ୍ଠିତ
କୋଣାର୍କ – କୋଣାର୍କରେ ଥିବା ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପରିଚାଳିତ ଆଶ୍ରମ ସ୍କୁଲ୍ ପକ୍ଷରୁ ବର୍ଷିକ ଉତ୍ସବ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ମମତା କୁମାରୀ, ମୁଖ୍ୟବକ୍ତା ଭାବେ ଆୟୁଷ ଡାକ୍ତର ବିଦୁଭୂଷଣ, ସମ୍ମାନିତ ଅତିଥି ଭାବେ ଏନଏସି ଅଧକ୍ଷା ସଂଯୁକ୍ତା

ତ୍ରିପାଠୀ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଓଁ ଶାନ୍ତି ପ୍ରବର୍ତିକା ବିକେ ଦମୟନ୍ତୀ ସିଂ , ପରିଚାଳନା କମିଟି ସଭାପତି ଯଶୋଦା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପିଲାମାନେ ଶିକ୍ଷା ସହିତ ଦୀକ୍ଷା, ସଂଯମତା, ଶୃଙ୍ଖଳା, କ୍ରୀଡା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ ପ୍ରତି ମନୋଭାବ ରଖି ନିଜକୁ ସମର୍ପିତ କଲେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଶିକ୍ଷୟତ୍ରୀ ଚିନ୍ମୟୀ ପାଢ଼ୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଦୀପକ ପ୍ରଧାନ ଓ ଶିକ୍ଷୟତ୍ରୀ ସଚଲା ସାହୁ, ଗୀତାଞ୍ଜଳି ସ୍ବାଇଁ, ପ୍ରଭାସିନୀ ସ୍ବାଇଁ, ପ୍ରିତିଶ୍ନା ରାଉତ ପ୍ରମୁଖ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ଯୋଗ ଦେଇଥିଲେ। ପରିଶେଷରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।
