ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ
ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ।
: ଆଜି ଚୈତ୍ର ଶୁକ୍ଳ ନବମୀ ତିଥି । ପବିତ୍ର ରାମ ନବମୀ । ଧରାବତରଣ କରିଥିଲେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର । ପୁରପଲ୍ଲୀ ସବୁଠି ପରମ ପୁରୁଷ ଶ୍ରୀ ପୁରୁଷୋତ୍ତମଙ୍କର ଚାଲିଛି ପୂଜାର୍ଚ୍ଚନା । ବ୍ରତ, ଉପବାସ କରି ପ୍ରଭୁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ପ୍ରତି ଶ୍ରୀରାମ ମନ୍ଦିରରେ ପ୍ରବଳ ଭିଡ଼ ।

ଆଜିର ଦିନ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ମନେ ପକାଇବାର ଦିନ । ତାଙ୍କ ଆଦର୍ଶ , ତ୍ୟାଗକୁ ଅନୁସରଣ କରି ଜୀବନକୁ ପରିପୂର୍ଣ୍ଣତା ଆଡ଼କୁ ନେଇଯିବାର ଦିନଟିଏ ।ଶ୍ରୀରାମଙ୍କ ଚରିତ ବର୍ଣ୍ଣିତ ରାମାୟଣ ସମାଜ ପାଇଁ ଏକ ବଡ଼ ମାର୍ଗଦର୍ଶକ । ସୃଷ୍ଟିର ସୁରକ୍ଷା ପାଇଁ ତାଙ୍କ ମାୟା ସମସ୍ତଙ୍କୁ ଅଗୋଚର । ସାରା ସମାଜକୁ ଶୃଙ୍ଖଳିତ କରିବାକୁ ଯୁଗେ ଯୁଗେ ପ୍ରଭୁ ନିଜେ ସବୁ କଷ୍ଟକୁ ବରଣ କରିଛନ୍ତି। ନିରବରେ ସବୁ ସହିଛନ୍ତି । ଗୁରୁକୂଳରୁ ଫେରିବା ପରେ ପରେ ବଣକୁ ଯାଇ ରାକ୍ଷାସଙ୍କୁ ବଦ୍ଧ କଲେ । ଉଦ୍ଦେଶ୍ୟ ଥିଲା ସନ୍ଥଜନଙ୍କ ସୁରକ୍ଷା ।ଆଜି ଭଦ୍ରକ ଠାରେ ଧୂମ ଧାମ ରେ ପାଳିତ ହୋଇ ଛି ରାମ ନବମୀ । ନଗର ସକ୍ରୀତନ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମେଳାଣି ଦେଉଥିଲେ। ୧୪୦ ରୁ ଅଧିକ ମେଡ ବାହାରି ଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କମିଟି ର ସମ୍ପାଦକ ଏବଂ ରାଜ୍ୟ ସଭା ସଭାପତି ଶ୍ରୀ ଯୁକ୍ତ ମନମୋହନ ସାମଲ, ତାଙ୍କ ସହିତ ଥିଲେ, ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ, ଓଡିଶା ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଧର୍ମଶାଳା ବିଧାୟକ ଲିକୁ ସାହୁ, ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ବିଜେଡ଼ି କଂଗ୍ରେସର ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
