ଅଘୋର ଆଶ୍ରମରେ ନବରାତ୍ର ମହୋତ୍ସବ
କୋଣାର୍କ – କୋଣାର୍କ କାକଟପୁର ରାସ୍ତା ଜମରା ଗ୍ରାମ ହାତୀମଲା ଛକ ନିକଟରେ ଥିବା ଅଘୋର ଆଶ୍ରମରେ ନବରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ବାବା ଚିନ୍ମୟ ରାମଙ୍କ ତତ୍ତ୍ଵାବଧାନରେ ଆଶ୍ରମରେ ମା ଭଗବତୀଙ୍କ ବାସନ୍ତୀକ ନବରାତ୍ର ମହୋତ୍ସବ, ପୂଜାର୍ଚ୍ଚନା, ଯଜ୍ଞ ଓ କନ୍ୟା ପୁଜନ ପରମ୍ପରା ଅନୁଷ୍ଠିତ ହୋଇଯାଇଛି। ନବରାତ୍ର ମହୋତ୍ସବ ଅବସରରେ ଗୁରୁଗୀତା ପାଠ, ସପ୍ତସତୀ ପାଠ, ମହାନିସା ପୂଜା, ସପ୍ତସତୀ ଯଜ୍ଞ ଓ ପୂର୍ଣ୍ଣାହୁତି ପରେ କୁମାରୀ ମାନଙ୍କୁ ନେଇ କନ୍ୟା ପୂଜନ ବିଧି ପାଳନ କରାଯାଇଥିଲା। ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇଥିଲେ।
