ବ୍ରାହ୍ମଣୀ ଗାଁ ରାଜସ୍ବ ବଙ୍ଗଳାରେ ବିଭିନ୍ନ ସମସ୍ୟା ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲୋକ ବ୍ରାହ୍ମଣୀ ଗାଁ ରାଜସ୍ବ ବଙ୍ଗଳା ସମସ୍ୟା ଘେରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ବ୍ରାହ୍ମଣୀ ଗାଁରେ ୧୯୯୦ ମସିହାରୁ ରହିଛି ରାଜସ୍ବ ବିଭାଗ ଡାକବଙ୍ଗଳା । ସେହି ସମୟରେ ଯଦି କେହି ସରକାରୀ ବାବୁ ବ୍ରାହ୍ମଣୀଗାଁ ଆସୁଥିଲେ ଏହି ରାଜସ୍ବ ବଙ୍ଗଳାରେ ବିଶ୍ରାମ ନେଉଥିଲେ , ଏହିପରିକି ଆବଶ୍ୟକ ସ୍ଥଳେ ରାତ୍ରିଜାପାନ କରୁଥିଲେ । ଏହି ରାଜସ୍ବ ବଙ୍ଗଳାରେ ସୁଟରହିଛି। ସୂଚନାରୁ ଜଣ।ପଡିଛିଯେ ଗ୍ରମ୍ୟ ବିଭାଗ ଦ୍ଵାରା ଏହି ରାଜସ୍ବ ବିଭାଗ ବଙ୍ଗଳାର ଚଟାଣରେ ଟାଇଲ ଓ ଛ।ତରସିଲିଂ ମଧ୍ୟ କରାଯାଇଅଛି । ବଙ୍ଗଳାରେ ବଡ଼ବଡ଼ ଦୁଇଟି ସୁଟରହିଛି । ୨୦୦୮ ବ୍ରାହ୍ମଣୀଗାଁ ଦଙ୍ଗା ସମୟରେ ସରକାରୀ ବାବୁଙ୍କ ପାଇଁ ଏହିବଙ୍ଗଳା ମୁଖ୍ୟଆଶ୍ରୟ ସ୍ଥଳୀହୋଇଥିଲା । ହେଲେ ପାଣିର ସୁବିଧା ନଥିବାସହିତ ପାଚେରୀ ନ ଥିବାରୁ ସଫାସୁତୁରା ବା ସଫେଇ ପାଇଁ କୌଣସି କର୍ମଚାରୀଙ୍କୁ ରାଜସ୍ବ ବିଭାଗ ତରଫରୁ ନିଯୁକ୍ତି ଦିଆଯାଉନଥିବାରୁ ନିରାପଦ। ଓ ସଫସୁରୁତ ଅଭାବରୁ କେହି ଭି ସରକାରୀ ବାବୁ ରହିବାକୁ ପସନ୍ଦ କରୁନାହାଁନ୍ତି । ବ୍ରାହ୍ମଣୀ ଗାଁ ଦାରିଙ୍ଗିବାଡି ବ୍ଲକ ର ଦୂତୀୟ ବୃହତମ ବଜାର କହିଲେ ଭୂଲ୍ ହେବନାହିଁ । ବିଭିନ୍ନ ସମୟରେ ସରକାରୀ ବାବୁଙ୍କ ସହିତ ରାଜନେତା ମାନେ ବ୍ରାହ୍ମଣୀଗାଁ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ଆସୁଥିବା ସମୟରେ ବିଶ୍ରାମ ନେବା ଓ ରହିବାର ସୁବ୍ୟବସ୍ଥା ନଥିବାରୁ କମସମୟ ରହି ଫେରି ଯାଉଥିବା ଦେଖିବାକୁ ମିଳିଛି । ଏହି ସବୁ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପାଣିର ବ୍ୟବସ୍ଥା କରିବା ସହିତ ନିରାପତ୍ତା ଦୃଷ୍ଟିରୁ ରାଜସ୍ବ ବଙ୍ଗଳାର ଚାରିପଟେ ପାଚେରୀ କରିବା ପାଇଁ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମହଲରେ ଆଲୋଚନା ହେଉଅଛି ।

Leave a Reply

Your email address will not be published. Required fields are marked *