ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ସାହିଯାତ

ପବିତ୍ର ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ। ଶ୍ରୀମନ୍ଦିର ରୀତିନୀତି ସହିତ ସମ୍ପୃକ୍ତ ଏହି ସାହିଯାତ ରାମାୟଣ କଥାବସ୍ତୁ ଉପରେ ଆଧାରିତ। ଏହା ଏକ ଭାଇଚାରାର ପ୍ରତୀକ। ଗୋଟିଏ ସାହିରୁ ଅନ୍ୟ ଏକ ବନ୍ଧୁ ସାହିକୁ ସାହିଯାତ ବାହାରିଥାଏ। ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର। ପାହୁଲ ଓ ଠାଣିରେ ସାହି ଭେଣ୍ଡିଆ। ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହୋଇଛି ପୁରୀ ସହର। ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର‌। ଆଉ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଛି ୭ ସାହି, ୪୨କନ୍ଦି‌। କେବଳ ସେତିକି ନୁହେଁ ମଲ୍ଲି ଫୁଲ ମାଳର ବାସ୍ନାରେ ମହକୁଛି ପୁରୁଷୋତ୍ତମ କ୍ଷେତ୍ର। ରାମନବମୀ ଦିନ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହି ଯାତ। ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଥିଲା । ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଥିଲା । ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ, ଲକ୍ଷ୍ମଣ, ସୀତା, ଭରତ ଶତ୍ରୁଘ୍ନ ଓ ରୁଷି ଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ରାମଜନ୍ମ ନୀତି ସାରି ଫେରିବା ପରେ ରାତିତମାମ ସାହି ଯାତ ଉପଭୋଗ କରିଛନ୍ତି ପୁରୀବାସୀ | ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହି ଯାତ ଜଡ଼ିତ। ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ବା ବାଦି ସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥ ବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି।

ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଳବ ମଠକୁ ଯାଇଥାନ୍ତି। ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ୍ଣ ହୋଇଥାଏ। ତେବେ କାଳିକାଦେବୀ ସାହିରୁ ବାହାରିଥିବା ସାହି ଯାତରେ ରାମ ଓ ଲକ୍ଷ୍ମଣ ସାମିଲ ହୋଇଥିଲେ। ତା’ପରେ ଜଗନ୍ନାଥ ବଲ୍ଲଭରେ ସମସ୍ତ ନୀତି ସମ୍ପୂର୍ଣ୍ଣ ହୋଇଥିଲା। କାଳିକାଦେଵୀ ସାହି ପକ୍ଷରୁ ରାମଜନ୍ମ ନୀତି, ହରଚଣ୍ଡୀ ସାହି ତରଫରୁ ଯଜ୍ଞରକ୍ଷା ନୀତି, ମାର୍କେଣ୍ଡଶ୍ୱର ସାହି ତରଫରୁ ବନବାସ ନୀତି, କୁଣ୍ଢେଇବେଣ୍ଟ ସାହି ତରଫରୁ ସୀତା ଚୋରୀ ନୀତି, ଦୋଳମଣ୍ଡପ ସାହି ତରଫରୁ ଲଙ୍କାପୋଡି ନୀତି, ବାଲିସାହି ତରଫରୁ ରାବଣ ବଦ୍ଧ ନୀତି ଓ ଗୌଡବାଡ ସାହି ତରଫରୁ ରାମାଭିଷେକ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ସାହି ଯାତ ଅବସରରେ। ବାଇଟ,- 5 ଟା

Leave a Reply

Your email address will not be published. Required fields are marked *