ପୁରୀ ପୋଲିସ ୧୫ ମାସରେ ନିଖୋଜ ୮୭୪ ଜଣଙ୍କୁ ଉଦ୍ଧାର
ପ୍ରେସ ନୋଟ
ପୁରୀ ପୋଲିସ ୧୫ ମାସରେ ନିଖୋଜ ୮୭୪ ଜଣଙ୍କୁ ଉଦ୍ଧାର
ପୁରୀ ଜିଲ୍ଲାରେ ନିରାପତ୍ତା, ସମାଜ ସୁରକ୍ଷା ଏବଂ ନିଖୋଜ ବ୍ୟକ୍ତିଙ୍କ ଖୋଜଖବର ସମ୍ବନ୍ଧରେ ପୁରୀ ପୋଲିସ ସଦା ସଚେତନ ଓ ସକ୍ରିୟ ଭାବେ କାର୍ଯ୍ୟରତ ଅଛି। ବିଶେଷକରି ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଅଭିଯାନ ଓ ସମନ୍ୱୟ ମାଧ୍ୟମରେ ଲକ୍ଷଣୀୟ ସଫଳତା ଅର୍ଜନ କରାଯାଇଛି।

୨୦୨୫ ଓ ୨୦୨୬ ବର୍ଷ ମଧ୍ୟରେ ପୁରୀ ପୋଲିସ ଦ୍ୱାରା ନିଖୋଜ ମାମଲାରେ ଉଦ୍ଧାର ଯେପରିକି, ୨୦୨୫ ମସିହାରେ ମୋଟ ୭୯୦ ଜଣ ନାବାଳିକା/ମହିଳା/ନାବାଳକ/ପୁରୁଷ ଉଦ୍ଧାର କରାଯାଇଥିଲା, ଯାହାରେ ୧୭୫ ଜଣ ପୁରୁଷ, ୩୫୯ ଜଣ ମହିଳା, ୩୬ ଜଣ ନାବାଳକ ଏବଂ ୨୨୦ ନାବାଳିକା ଝିଅ ଅନ୍ତର୍ଭୁକ୍ତ।ସେହିପରି ୨୦୨୬ ମସିହାରେ ଏପର୍ଯ୍ୟନ୍ତ ମୋଟ ୮୪ ଜଣ ନାବାଳିକା/ମହିଳା/ନାବାଳକ/ପୁରୁଷଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି, ଯେପରିକି ୧୭ ଜଣ ପୁରୁଷ, ୩୮ ଜଣ ମହିଳା, ୨ ଜଣ ନାବାଳକ ଏବଂ ୨୭ ଜଣ ନାବାଳିକା ଅଛନ୍ତି। ଏହି ୧୫ ମାସର ତଥ୍ୟ ଅନୁସାରେ ମୋଟ ୮୭୪ ଜଣ ବ୍ୟକ୍ତିଙ୍କୁ ପୁରୀ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ଏଥିରେ ୧୯୨ ଜଣ ପୁରୁଷ, ୩୯୭ ଜଣ ମହିଳା, ୩୮ ଜଣ ନାବାଳକ ଏବଂ ୨୪୭ ଜଣ ନାବାଳିକା ଅନ୍ତର୍ଭୁକ୍ତ ଅଛନ୍ତି। ଏହା ପୁରୀ ପୋଲିସର ଦୃଢ଼ ପ୍ରତିବଦ୍ଧତା ଓ ଦୃତ କାର୍ଯ୍ୟପଦ୍ଧତିର ପ୍ରତିଫଳନ। ନିଖୋଜ ମାମଲାରେ ପୋଲିସ ଦ୍ୱାରା ଟେକ୍ନୋଲୋଜିର ବ୍ୟବହାର, ଅନ୍ୟ ଜିଲ୍ଲା ଓ ରାଜ୍ୟ ସହ ସମନ୍ୱୟ, ସୋସିଆଲ ମିଡିଆର ସଠିକ୍ ବ୍ୟବହାର ଏବଂ ସାଧାରଣ ଲୋକଙ୍କ ସହଯୋଗ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ଆହୁରି ଦୃଢ଼ କରାଯାଇଛି। ପୋଲିସ ଟିମ୍ ଦିନ ଓ ରାତି ନିରନ୍ତର ପ୍ରୟାସ କରି ନିଖୋଜ ବ୍ୟକ୍ତିମାନଙ୍କୁ ତାଙ୍କର ପରିବାର ସହ ପୁନଃମିଳନ କରାଇବାରେ ସଫଳ ହେଉଛନ୍ତି। ବିଶେଷକରି ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା କାର୍ୟକ୍ରମ, ସ୍କୁଲ ଓ କଲେଜରେ ଜାଗୃକତା ଅଭିଯାନ, ଏବଂ ସମାଜର ବିଭିନ୍ନ ଅଂଶ ସହ ମିଳିତ ଉଦ୍ୟମ ଜାରି ରହିଛି। ଏହା ଦ୍ୱାରା ନିଖୋଜ ଘଟଣାକୁ କମାଇବା ସହ ଏକ ସୁରକ୍ଷିତ ସମାଜ ଗଠନରେ ସହଯୋଗ ମିଳୁଛି। ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ, ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଥାନ୍ତି କିମ୍ବା ସନ୍ଦିଗ୍ଧ ପରିସ୍ଥିତି ଦେଖାଯାଏ, ତେବେ ୧୧୨ କିମ୍ବା ନିକଟସ୍ଥ ଥାନାରେ ପୋଲିସକୁ ଜଣାଇବେ। ସମସ୍ତଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଏହି ପ୍ରୟାସକୁ ଆହୁରି ସଫଳ କରାଯାଇପାରିବ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏହିପରି ସକ୍ରିୟ ଓ ପ୍ରତିବଦ୍ଧ ଭାବେ କାମ କରି ସମାଜର ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବାକୁ ସଦା ପ୍ରୟାସରତ ରହିବ।
