ସହୀଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ବଳିଦାନ ଦିବସ ପାଳିତ

ସହୀଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ବଳିଦାନ ଦିବସ ପାଳିତ।ବ୍ରହ୍ମପୁର – ଦି ପିପୁଲସ ଟ୍ରଷ୍ଟ ପକ୍ଷରୁ ସହୀଦ ଲକ୍ଷ୍ମଣ ନାୟକଙ୍କ ଫାସୀ ଦିବସ ପାଳନ କରାଯାଇଛି।ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଟ୍ରଷ୍ଟ ଚେୟାରମ୍ୟାନ ଯୁଧିଷ୍ଠିର ବେହେରା ପ୍ରଥମେ ମାଲ୍ୟାର୍ପଣ କରିଥିଲେ।ତାପରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନର ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ଶହୀଦ ସ୍ମରଣେ ଏକ ମିନିଟ ନିରବତା ଅବଲମ୍ବନ କରାଯାଇଥିଲା।ତାପରେ ସହୀଦ ଲକ୍ଷ୍ମଣ ନାୟକଙ୍କୁ ସ୍ମରଣ କରି ତାଙ୍କ ତ୍ୟାଗ, ନିଷ୍ଠା ଓ ସ୍ୱପ୍ନର ଭାରତ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।କ୍ଷୁଧା, ବେକାରୀ ,ଅସମତା ଓ ସାମାଜିକ ନ୍ୟାୟ ମୁକ୍ତ ଭାରତ ଲକ୍ଷ୍ମଣ ନାୟକଙ୍କ ସ୍ୱପ୍ନ ଥିଲା ବୋଲି ଉଲ୍ଲେଖ କରାଯାଇଥିଲା।ତାଙ୍କର ସେହି ସ୍ୱପ୍ନ ଆଜିବି ଅପୁରଣୀୟ ହୋଇ ରହିଛି।ତାକୁ ପୂରଣ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏଥିରେ କର୍ପୋରେଟର ସୁରେନ୍ଦ୍ର ମହାରଣା, ଅଷ୍ଟାର ପୂର୍ବତନ ସମ୍ପାଦକ ବିଜୟ ବେହେରା, ନାଟ୍ୟକାର ମଦନ ମୋହନ ମିଶ୍ର,କର୍ମଚାରୀ ନେତା ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ, ମଧୁସୂଦନ ବେହେରା, ସୁବୋଧ ସାହୁ, ପ୍ରଶାନ୍ତ ଶତପଥୀ,ଆଡଭୋକେଟ ଗୋକୁଳ ତ୍ରିପାଠୀ, ଶ୍ରୀନିବାସ ଦାସ, ନୀଳମାଧବ ରଥ ପ୍ରମୁଖ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *