ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ର ଗୁରୁକୁଳ ଫାଉଣ୍ଡେସନ
ବ୍ରହ୍ମପୁର ତା ୨୯/୩/୨୬ ରିଖ ରବିବାର ଦିନ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ର ଗୁରୁକୁଳ ଫାଉଣ୍ଡେସନ ତରଫରୁ ବିଦ୍ଯାଳୟ ପରିସରରେ ୧୫ ଶଯ୍ଯା ବିଶିଷ୍ଟ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା ା ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଅକ୍ଷେନ୍ଦୁ ପଟ୍ଟନାୟକ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ ା ବିଦ୍ଯାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସଂପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢ଼ୀ ଓ ଅଧ୍ଯକ୍ଷା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଅତିଥି ରୂପେ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ା ସର୍ବପ୍ରଥମେ ଗୁରୁକୁଳ ଫାଉଣ୍ଡେସନ ର ମୁଖ୍ଯ ଶ୍ରୀମାନ ପ୍ରିତମ୍ ମହାପାତ୍ର ରକ୍ତ ଦାନ କରିଥିଲେ ଓ ପରେ ବିଦ୍ଯାଳୟର ଅଭିଭାବକ, କାର୍ଯ୍ଯକର୍ତ୍ତା ଓ ଅନ୍ଯାନ୍ଯ ଲୋକେ ଉକ୍ତ ରକ୍ତ ଦାନ ଶିବିରରେ ଉତ୍ସାହ ର ରକ୍ତ ଦାନ କରି ଥିଲେ ଏବଂ ରକ୍ତ ଦାତା ଙ୍କ ଠାରୁ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ା ପ୍ରତ୍ଯେକ ରକ୍ତ ଦାତାଙ୍କୁ ରକ୍ତ ଦାନ ପରେ ଟାଟାଗ୍ଲୁକୋ, ସିଝା ଅଣ୍ଡା, କଦଳୀ ଓ ବିସ୍କୁଟ୍ ଦିଆଯାଇଥିଲା ଓ ଭୋଜନ ର ବ୍ଯବସ୍ଥା କରାଯାଇଥିଲା ା ମେଡିକାଲ ଟିମ୍ ର ସହାୟତା ରେ ସର୍ବମୋଟ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ା ବିଦ୍ଯାଳୟ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଟି ସମାଜ ପାଇଁ ଏକ ପ୍ରକୃଷ୍ଟ ଉଦାହରଣ ଓ ଅନନ୍ଯ ପଦକ୍ଷେପ ଥିଲା ା କାର୍ଯ୍ୟକ୍ରମ ଟି ସଂପୂର୍ଣ୍ଣ ରୂପେ ପ୍ରିତମ୍ ମହାପାତ୍ର ଓ ପ୍ରିତି ରାଣୀ ମହାପାତ୍ର ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା ଓ ବିଦ୍ଯାଳୟ ର କର୍ମ ଚାରୀ ମାନେ ଉତ୍ସାହ ର ସହଯୋଗ ପ୍ରଦାନ କରି ଥିଲେ ା
