ଟୁରିଷ୍ଟ ବସ୍ ଦୁର୍ଘଟଣା ଅଧୁରା ରହିଲା ଦେବ ଦର୍ଶନ ୫ ମୃତ

ଟୁରିଷ୍ଟ ବସ୍ ଦୁର୍ଘଟଣା ଅଧୁରା ରହିଲା ଦେବ ଦର୍ଶନ ୫ ମୃତ।
ବ୍ରହ୍ମପୁର ୨୯/୩ ():
ନୟାଗଡ ଜିଲ୍ଲା ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣକ ମୃତ୍ୟୁ ଘଟିଥିବା ବେଳେ ,୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି


ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ
ଭାରସାମ୍ୟ ହରାଇ ବଡ଼ ପଥର ସହ ପିଟି ହେଲା ଟୁରିଷ୍ଟ ବସ୍
ଯାତ୍ରୀମାନେ ଛିଟିକି ପଡ଼ିବା ସହ ବସ୍ ତଳେ ଚାପି ହୋଇ ରହିଯିବା ଫଳରେ ଡ୍ରାଇଭରଙ୍କ ସମେତ ୫ ଜଣକ ମୃତ୍ୟୁ ଘଟିଛି
ବ୍ରହ୍ମପୁର ରୁ ବଲାଙ୍ଗିର ହରିଶଙ୍କର ବୁଲିବାକୁ ଯିବାବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା l ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି l ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ।
ଏହି ଦୁଖଃଦ ଖବର ପାଇବ ପରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ,ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ୪ ମୃତକ ଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ ପରିବାର ଙ୍କ ଅନୁରୋଧ କ୍ରମେ ବିଧାୟକ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଙ୍କ ସହିତ ଯୋଗାଯୋଗ କରିଥିଲେ ମୃତ ବ୍ୟକ୍ତି ଙ୍କ ଶବ ଗୁଡିକୁ ବ୍ରହ୍ମପୁର ଆଣିବା ପାଇଁ ପରିବାର ଲୋକଙ୍କ ଙ୍କ ଅନୁରୋଧ ରକ୍ଷାକରି ୨ ଶବ ବ୍ରହ୍ମପୁର ଓ ଅନ୍ୟ ୨ ଶବ ପୁରୀ ସର୍ଗଧାମ ପହଂଚାଇବା ବ୍ୟବସ୍ଥା କରିଥିଲେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ମୃତ ବ୍ୟକ୍ତିଙ୍କ ପରିବାର ଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଥିଲେ ବିଧାୟକ।
ବିଧାୟକ କେ ଅନିଲ କୁମାର ଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠି ରୁ ପ୍ରତେକ ମୃତ ବ୍ୟକ୍ତି ଙ୍କୁ ୪ ଲକ୍ଷ୍ୟ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ ଓ ଆହତ ବ୍ୟକ୍ତି ଙ୍କ ଆସୁ ଆରଗ୍ୟ କାମନା କରିବା ସହିତ ମୃତ ବ୍ୟକ୍ତି ଙ୍କ ଅମର ଆତ୍ମା ର ସଦଗତି ପ୍ରାଥନା କରିଥିଲେଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ।
ମୃତ ବ୍ୟକ୍ତି ଙ୍କ ପରିବାର ଙ୍କ ସହ ଯୋଗାଯୋଗ ରେ ସହାୟତା କରିଥିଲେ ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଳ।

Leave a Reply

Your email address will not be published. Required fields are marked *