ଦଶପଲ୍ଲାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର
ଦଶପଲ୍ଲାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର
ଦଶପଲ୍ଲା,
ଓଡିଶା ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ସଭାଗୃହ ପରିସରରେ ଏକ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳା କମିଶନ ସଦସ୍ୟ ଉର୍ମିଳା ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସତ୍ୟନାରାୟଣ ଦାସ, ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବିଡିଓ ଶରତ କୁମାର ମଲ୍ଲିକ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ସମାଜସେବୀ ପୂର୍ଣ୍ଣିମା ଦାସ ଯୋଗ ଦେଇଥିଲେ।
ଶିବିରରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର, ଘରୋଇ ହିଂସା ନିବାରଣ ଆଇନ ଓ ଶିଶୁ ସୁରକ୍ଷା ନିୟମାବଳୀ ସମ୍ପର୍କରେ ସଚେତନ କରାଯାଇଥିଲା।
ମହିଳାଙ୍କ ଅଧିକାର, ଘରୋଇ ହିଂସା ନିବାରଣ ଆଇନ, ଶିଶୁ ସୁରକ୍ଷା ବିଧିବଳୀ ସହିତ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ଜାଗ୍ରୁତ କରାଯାଇଥିଲା। ଉପସ୍ଥିତ ଅଧିକାରୀମାନେ ମହିଳାମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ସହ ଅନ୍ୟାୟ ଘଟିଲେ କେଉଁଠାରେ ଓ କିପରି ଅଭିଯୋଗ କରିବେ, ସେଥିପାଇଁ ପରାମର୍ଶ ଦେଇଥିଲେ।ଏଥିରେ ବହୁ ସଂଖ୍ୟକ ମହିଳା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ।
