ମଜୁରି
  
   🖊️କବିରତ୍ନ ନୂତନ କୁମାର ବେହେରା

ପେଟର ଭୋକ ମାରି ଜୀଇଁ ରହିବାକୁ
ମନର ଅଭିଳାଷ ପୂର୍ଣ୍ଣ କରିବାରେ
ଦୈନଦିନ ଆବଶ୍ୟକ ହୁଏ କିଛି ଅର୍ଥରାଶି
ଖାଦ୍ୟପେୟ ପୋଷାକ ବାସଗୃହ’ଠାରୁ
ହୁଏ କେତେ କଣ ଦ୍ରବ୍ୟର ଆବଶ୍ୟକ
ତା’ ବିନା ମଣିଷ ଜୀବନ ଧାରଣ କରିବା
ସର୍ବକାଳେ ହୋଇଥାଏ ଅସମ୍ଭବ
ଖୋଜି ସେ କିଛି ରୋଜଗାରର ମାଧ୍ୟମ
କରେ ଶାରୀରିକ ମାନସିକ କର୍ମ
ଆଶା ରଖିଥାଏ ମନେ ପାଇବାକୁ ମଜୁରି
ସବୁରି ପାଇଁ ଏ ତ ଅତି ଜରୁରୀ
ତେଲ ଲୁଣର ସଂସାର ଘର ପରିବାର
ଆର୍ଥିକ ଅନାଟନରେ ଭୋଗନ୍ତି ଦୁଃଖ କଷ୍ଟ
କରୁଥିଲେ ଦୈନିକ ଠିକ୍ ଠିକ୍ କର୍ମ
ମିଳିଥାଏ ନିଶ୍ଚିତ ଭାବେ ମଜୁରି
ଠକ ଅଳସୁଆ ବସି ରହି ପାଏନା କେବେ
ଖଣ୍ଟ ଲୁଣ୍ଠନକାରୀ ପ୍ରବଞ୍ଚକ ପ୍ରତାରକ
ହୁଏତ ପାଇ ଥାଏ କିଛି ଧନ ରତ୍ନ
ମାତ୍ର ପରିଣାମ ତାର ହୋଇଥାଏ ବିଷମ
ପାର୍ଥିବ ଜଗତେ ଉଚିତ ଶ୍ରମର ମଜୁରି
ପାଇ କର୍ମୀ ବିତାଇଥାଏ ସୁଖ ଶାନ୍ତିରେ ଦିନ
ମର ଦୁନିଆଁରେ କେହି ହୁଏତ ଠକି ଭଣ୍ଡି
ଅନ୍ୟର ଆଖିରେ ଦେଇ ପାରେ ଧୂଳି
କିନ୍ତୁ ଧର୍ମର ଦରବାରରେ ହୁଏନାହିଁ ଏ ସବୁ
ସତ୍କର୍ମ ଦେଖି କରାଯାଏ ନ୍ୟାୟ ବିଚାର
ଦୈବଙ୍କ ଦ୍ଵାରା ମିଳିଥାଏ ସେ କର୍ମର ମଜୁରି
ମହତ କାର୍ଯ୍ୟର ଫଳ ସର୍ବଦା ପୁଣ୍ୟ
ଧର୍ମର ମଜୁରି ଅବ୍ୟୟ ଅକ୍ଷୟ ଚିରନ୍ତନ
ଅଧର୍ମ ପାପର ମଜୁରି ତ ପ୍ରାୟଶ୍ଚିତ
ବିଧିର ବିଧାନେ ହୁଏନାହିଁ କେବେ ଆନ ।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *